ସବୁ ଜାଣି ଅଜଣା ବନ ବିଭାଗ; ଗାଁକୁ ପଶି ଆସୁଛନ୍ତି ଭାଲୁ

କଳାହାଣ୍ଡି,୧୮।୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲା
କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗାଁରେ ଏକ ଭାଲୁ ପଶି ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି | ଭାଲୁଟି ଗାଁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ପ୍ରତିଦିନ ଚାଲି ଆସି କେତେବେଳେ ରାସ୍ତା ଉପରେ ତ’ କେତେବେଳେ ରାସ୍ତା କଡ଼ ପାଚେରୀ ଉପରେ ଚଢୁଛି | ଏନେଇ ସ୍ଥାନୀୟ ଲୋକେ ଆମପାଣି ସେକ୍ସନ ଫରେଷ୍ଟରଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଭାଲୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି | ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇଟି ଭାଲୁ ଦୀର୍ଘଦିନ ହେଲା ଗାଁ ଭିତରକୁ ଚାଳିଆସୁଛନ୍ତି | ଫଳରେ ଗ୍ରାମବାସୀ ଦିନେ କିମ୍ବା ରାତିରେ ଘରୁ ବାହାରିବା ପୂର୍ବରୁ କାଳେ ଭାଲୁ କେଉଁଠି ଥିବା ଭାବି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି | ପୂର୍ବରୁ ଏହି ଅଞ୍ଚଳରେ ଭାଲୁ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି | ଏଣୁ ଆମପାଣି ବନ ବିଭାଗ କର୍ମଚାରୀମାନେ ଭାଲୁକୁ ଘଉଡ଼ାଇ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି | ଏନେଇ ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ଭାଲୁର ଗତିବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି | ଭାଲୁକୁ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page