ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୨୧।୧(ପ୍ୟାରିଲାଲ ଦୁର୍ଗା): ସାଧାରଣତନ୍ତ୍ର ପାଳନ ନିମନ୍ତେ ଧର୍ମଗଡ଼ ପଞ୍ଚାୟତ ସମିତି ସଭା ଗୃହରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି ପରିଚାଳନା ଆୟୋଜିତ ପ୍ରସ୍ତୁତି ବୈଠକରେ ଧର୍ମଗଡ ଭାରପ୍ରାପ୍ତ ଥାନା ଅଧିକାରୀ ଦାମୋଦର ବିହାରୀ, ଉପଖଣ୍ଡ ସୁଚନା ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଉପସ୍ଥିତ ଥିଲେ।ବୈଠକ ରେ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାପାଇଁ ନିଷ୍ପତି ନିଆଯାଇଥିଲା। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ

କୁ ମହାସମାରୋହରେ ପାଳନ କରିବା ପାଇଁ ବୈଠକ ରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ଙ୍କ ଠାରୁ ମତପ୍ରକାଶ ପାଇଥିଲା। ପ୍ରେସ ଏକାଦଶ ଓ ପ୍ରଶାସନ ଏକାଦଶ ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଖେଳିବା ଆଦି ପ୍ରସ୍ତାବ ଦିଆ ଯାଇଥିଲା, ଏହି ବୈଠକ ରେ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ବିଦ୍ୟାଧର ସାହୁ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ପ୍ୟାରିଲାଲ ଦୁର୍ଗା, ପ୍ରମୋଦ କୁମାର ପଣ୍ଡା, ରାମଣୀ ଜାଲ ପଞ୍ଚାୟତ ମହାବିଦ୍ୟାଳୟ ପିଇଟି ଅଭୟ ବାଗ, ସରକାରୀ ଉଚ୍ଚ ବିଦ୍ୟାଳୟ ପିଇଟି ସନ୍ତୋଷ ପାଣିଗ୍ରାହୀ, ଏସଟି ସ୍କୁଲ ପିଇଟି ଅଭିଷେକ ମହାନ୍ତି, ସାମ୍ବାଦିକ ଲିଙ୍ଗରାଜ ପଣ୍ଡା, ନିରଞ୍ଜନ ମୁଦୁଲି, ପ୍ରସାନ୍ତ ପଣ୍ଡା, ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସାଧାରଣ ସଭା ସାଙ୍ଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page