କୋକସରା ,(ଚକ୍ରଧର ବେଶ୍ରା): ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ। ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ l ଏହି କାର୍ଯ୍ୟକ୍ରମ କୁ ନେଇ କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ

ପଟ୍ଟଯୋଶୀ,ସାଂସଦ ପ୍ରତିନିଧି ପ୍ରମୋଦ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଡ଼ିଓ ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ବାଗ ପ୍ରମୁଖ ଉପସ୍ଥିତ ହୋଇ ଏହି ଯୋଜନା ଦ୍ୱାରା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ରେ ବିକାଶକୁ ଦ୍ୱିଗୁଣିତ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଗାଁର ବିକାଶରେ ହିଁ ଓଡିଶାର ବିକାଶ । ଦେଶର ବିକାଶ । ସେଥିପାଇଁ ସରକାର ‘ବିକଶିତ ଗାଁ, ବିକଶିତ ଓଡିଶା’ର ପରିକଳ୍ପନା କରିଛନ୍ତି ବୋଲି ମତପ୍ରକାଶ କରିଥିଲେ l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବ୍ଲକ କର୍ମଚାରୀ ମାନେ ବିଶେଷ ସହଯୋଗ କରିଥିଲେ l ଏମ୍ ବି କେ, ସିଆରପି ମିଶନଶକ୍ତି ମହିଳା ଓ ସମସ୍ତ ପଞ୍ଚାୟତ ର ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଏବଂ ବିଜେପି ର ଅନେକ ପଦାଧିକାରୀ ଙ୍କ ସମେତ ବହୁ କାର୍ଯ୍ୟ କର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।