ଫଟୋ ଉଠାଇ ବା ହେଲା କାଲ, ଗୋଡ଼ଖସି ପାଣିରେ ବୁଡି ଗଲେ ଅବିନାଶ

କୋକସରା: (ଚକ୍ରଧର ବେଶ୍ରା): ପ୍ରଶିଦ୍ଧ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା କୁ ହଜାର ହଜାର ପର୍ଯ୍ୟଟକ ଦୈନନ୍ଦିନ ଆସି ଭରପୁର ମଜା ଳେବା ସହ ବେଶ୍ ଉତ୍ସାହିତ ହୋଇ ଖୁସି ଉପଭୋଗ କରି ନିଜ ନିଜ ଘରକୁ ଖୁସିରେ ଖୁସିରେ ଫେରିଥାନ୍ତି। କିନ୍ତୁ ଅତି ଦୁଃଖର ବିଷୟ ନବରଙ୍ଗପୁର ଜିଲ୍ଲା ଡୁମେର ମୁଣ୍ଡା ଗାଁ ର ଅବିନାଶ ପରଜା ବୟସ ଅନୁମାନିକ ୨୧ଏବଂ ପାପଡା ହାଣ୍ଡି ବ୍ଳକ ଡଙ୍ଗରା ଗ୍ରାମର ଡୁଲେଶ୍ଵର ଭତରା ଉଭୟ ଦୁଇ ସାଙ୍ଗ ରବିବାର ସକାଳୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା କୁ ବୁଲିବା ପାଇଁ ଆସିଥିଲେ ଏବଂ ବୁଲାବୁଲି କରି ଥିଲେ। ପରେ ଅବିନାଶ ତାଙ୍କ ମୋବାଇଲ କୁ ଡୁଲେଶ୍ଵର କୁ ଦେଇଥିଲା ଭିଡିଓ ଏବଂ ଫଟୋ ଉଠାଇ ବା ପାଇଁ ଏବଂ ସେ ଡୋକରି ଦୋରୋ ପାଖକୁ ଯାଇ ଉପରୁ ପଡୁଥିବା ପାଣି ପାଖରେ ଭିଡିଓ ଏବଂ ଫଟୋ ବିଭିନ୍ନ ପୋଜିସନରେ ହେଉ ଥିଲେ ଏହି ସମୟରେ ଦୁର୍ଭାଗ୍ୟ ବଶତଃ ଅବିନାଶ ଙ୍କ ଗୋଡ ହଠାତ୍ ଖସି ଯାଇ ଥିଲା ଫଲରେ ସେ ପାଣି ଭିତରେ ବୁଡ଼ି ଯାଇ ଥିଲେ ତାଙ୍କ ସାଙ୍ଗ ଡୁଲେଶ୍ଵର ବ୍ୟାକୁଳ ହୋଇ ଏଣେ ତେଣେ ଅନାଇ ଦେଖିଲେ କିନ୍ତୁ ଆଉ ଦେଖିବାକୁ ପାଇନଥିଲେ । ସେଠାରେ ନେଟୱର୍କ ନଥିବାରୁ ଦୁରକୁ ଯାଇ ତାଙ୍କ ପରିବାରରକୁ ଖବର ଦେବା ସହ ପୋଲିସକୁ ମଧ୍ୟ ଜଣାଇ ଥିବା ଜଣାପଡିଛି । ଭିତରକୁ ନଯିବା ପାଇଁ ଏକ ସୁଚନା ପଳକ ଦିଆ ଯାଇଛି ହେଲେ କେହି ତାହାକୁ ନ ମାନି ସେହି ଯାଗାକୁ ଅମାନିଆ ହୋଇ ଯାଉଛନ୍ତି । ପୁଣି ଉପରକୁ ଚଢି ଜିବନକୁ ବାଜି ଲଗେଇ ସେଲ୍ଫି, ଭିଡିଓ, ଫଟୋ ଆଦି ହେଉଛନ୍ତି ଏଥିପ୍ରତି ପ୍ରଥମେ ସମସ୍ତେ ଜତ୍ନବାନ ତଥା ସଚେତନ ହେବା ନିହାତି ଆବଶ୍ୟକ ଅଟେ ବୋଲି ଡୋକରି ଚଞ୍ଚରା ଉନ୍ନୟନ କମିଟି ପ୍ରକାଶ କରିଛି । ଧର୍ମଗଡ ବିଧାୟକ ଏବଂ ଜିଲ୍ଲା ବିଜେପି ସଭାପତି ଜୁଗଳ କିଶୋର ପୋଡ଼ ଡୋକରି ଚଞ୍ଚରା କୁ ଆସିଥିବା ବେଳେ ଏହି ଘଟଣା ଜାଣି ଡୁଲେଶ୍ଵର ଭତରା ସହିତ କଥାହୋଇ ଶାନ୍ତନା ଦେବାସହ ଶିଘ୍ର ଯେମିତି ତାର ବ୍ୟବସ୍ଥା ହୋଇପାରିବ ସେ ନେଇଁ ଜିଲ୍ଲା ପାଲ ସହିତ କଥାହୋଇ ଥିବା ଜଣାପଡିଛି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page