ଜନକଲ୍ୟାଣ ସାମ୍ବାଦିକ ସଂଘ ଗୋଲାମୁଣ୍ଡା ତରଫରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ  

ଧର୍ମଗଡ ୧୮/୦୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ରାମ କୁମାର  ସେନାପତି ଙ୍କ ଅଧ୍ୟକ୍ଷତାରେ ନୃତନ  ଭାବେ ଯୋଗଦାନ କରିଥିବା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାର୍କୁଣ୍ଡା ଙ୍କୁ ସଂଘ ର ସମସ୍ତ ସାମ୍ୱାଦିକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ସିଏ ବୌଦ୍ଧ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେଥିରୁ ବଦଳୀ ପରେ ଚଳିତ ମାସ ତିନି ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଜିଲ୍ଲା ଅଧୀନରେ ଥିବା ଜନ ସାଧାରଣଙ୍କ ମୌଳିକ ସୁବିଧା ଯୋଗାଇବା ସହିତ ଅନେକ ସମସ୍ୟା ଉପରେ ସମାଧାନ କରିବା ପାଇଁ ଆଜି ଜନ କଲ୍ୟାଣ ସାମ୍ବାଦିକ ସଂଘର ସମସ୍ତ ବନ୍ଧୁ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।  lଏହି ଅବସରରେ ସଂଘ ର ସମ୍ପାଦକ ସରୋଜ ମୁଣ୍ଡ, , ଉପସଭାପତି ପିତାମ୍ବର ବେହେରା, କୋଷାଧ୍ୟକ୍ଷ ଜନ୍ମେଜୟ ନାଏକ, ଉପସଭାପତି ଚନ୍ଦ୍ରଧ୍ଵଜ କେତକୀ, ସନ୍ତୋଷ ମାଝୀ, ଭୁଜରାଜ ମଙ୍ଗରାଜ, ମୁରଲୀଧର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page