ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି,ଗତ ୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ସହଦେବ ଜୟସିଂହଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଦସ୍ୟା ମିନତି ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ, ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅନ୍ୟତମ ମୂଖ୍ୟ ଅତିଥି ଚଳଚିତ୍ର ଓ ଟିଭି ଧାରାବାହିକର ଅଭିନେତା ଜ୍ଞାନେନ୍ଦ୍ର ଓ ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଇ ଦୀର୍ଘ ବର୍ଷ ଧରି ଅନୁଷ୍ଠାନ ର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ, ସମ୍ପାଦିକା ସୁମିତ୍ରା ତ୍ରିପାଠୀ ଅନୁଷ୍ଠାନର ଜନହିତକରି କାର୍ଯ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ,ବରିଷ୍ଟ ସଂଯୋଜକ ସୁରେନ୍ଦ୍ର ସାହୁ ୫୩ ବର୍ଷର ଉନ୍ନତୀ ମୂଳକ କାର୍ଯ୍ୟ ବିଷୟରେ ବିବରଣୀ ରଖିଥିଲେ, ବରିଷ୍ଟ ସଂଯୋଜକ ଆଶିଷ ବେବର୍ତ୍ତା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ, ଅନୁଷ୍ଠାନର ପୂର୍ବତନ ସମ୍ପାଦକ ରମାବଲ୍ଲଭ ରଥଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା, ପ୍ରତିଷ୍ଠା ଦିବସ ଉପଲକ୍ଷେ ଶଶୀପ୍ରଭା ଦାସଙ୍କ ଦ୍ଵାରା ପ୍ରସ୍ତୁତ କେକ୍ କୁ ଅତିଥି ମାନେ କାଟିଥିଲେ,ସଭାପତି ସହଦେବ ଜୟସିଂହଙ୍କ ଅଭିଭାଷଣ ପରେ ଯୁଗ୍ମ ସମ୍ପାଦକ ସୁଦୀପ୍ତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ,ଏହି ଅବସରରେ ସମାଜସେବୀ ଜଗତ ମୋହନ ପଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସାଂସ୍କୃତିକ ସମ୍ପାଦିକା ଲିଲିପ୍ତା ମହାପାତ୍ରଙ୍କ ପରିଚାଳନାରେ ତିନିଟି ବିଭାଗରେ ଅନୁଷ୍ଠିତ ଏହି ନୃତ୍ୟ ପ୍ରତିଯୋଗିତାରେ ରତ୍ବା ଦାସ,ରଞ୍ଜିତା ପତି ଓ ଶ୍ରୀକାନ୍ତ ରାଉଳ ବିଚାରକ ଭାବେ ରହିଥିଲେ, କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରତିଯୋଗିତା ପରେ ସ୍ୱର୍ଗତ ଜଗତ ମୋହନ ପଟନାୟକଙ୍କ ପତ୍ନୀ ଶ୍ରୀମତୀ ସରୋଜିନୀ ପଟ୍ଟନାୟକ, ଦେବାଶିଷ ମଞ୍ଜିତ୍, ଦେବର୍ପିତ ମଞ୍ଜିତଙ୍କ ଉପସ୍ଥିତିରେ ଆକର୍ଷଣୀୟ କ୍ୟାଶ ପୁରସ୍କାର ପ୍ରଦାନ କରାଯାଇଥିଲା,ଏତତ ବ୍ୟତୀତ କୁନି କଳାକାର ଲାସ୍ୟା ନାୟକଙ୍କ ଓଡ଼ିଶୀ ନୃତ୍ୟ, ଭିନ୍ନକ୍ଷମ ବାଳକ ରାହୁଲ, ବିଶିଷ୍ଟ ସୁଗାୟିକା ଜୟଶ୍ରୀ ସାହୁଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ମଧ୍ୟ ଉପସ୍ଥିତ ଦର୍ଶକ ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା, ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଉମେଶ ନନ୍ଦଙ୍କ ସଫଳ ପରିଚାଳନାରେ ବରିଷ୍ଟ ସଭ୍ୟ ସନ୍ତୋଷ ଦାସ୍, କମଳ ପତି, ରଜତ ପାତ୍ର, ବିରୁପାକ୍ଷ ମିଶ୍ର, ଦାଶରଥି ପାତ୍ର, ସୁମନ୍ତ ନାୟକ,ମଞ୍ଜୁ ନନ୍ଦ, ମିନତୀ ତ୍ରିପାଠୀ, ସୁରେଶ ନାୟକ, ପ୍ରସନ୍ନ ଜେନା, ଲିଙ୍ଗରାଜ ଦାସ ପ୍ରମୁଖ ସହଯୋଗ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page