ଭୁବନେଶ୍ୱର: ଶିଶୁପାଳଗଡ଼ର ନିଆରା ସମାଜସେବୀ, ନୀତିନିଷ୍ଠ ବ୍ୟକ୍ତିତ୍ୱ ସ୍ୱର୍ଗତଃ ଧୁ୍ରବଚରଣ ପାତ୍ର ଓ ଧର୍ମପନôୀ ସମାଜସେବିକା ସୁବାସିନୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶିଶୁପାଳଗଡ଼ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ସହପାଠୀ ଭାଗ୍ୟଲତାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବ୍ରହ୍ମେଶ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ସମାଜସେବୀ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, କବିତା

ଘଡ଼େଇ, ସମାଜସେବୀ ରବିନାରାୟଣ ସାହୁ, ଅଧିବକ୍ତା ସୁଧୀର ଦାସ, ସବିତା ଜେନା, ନିରୂପମା, ତୃପ୍ତିମୟୀ, ସୁଚିସ୍ମିତା ପ୍ରମୁଖ ଉପସ୍ଥିତ ରହିବା ସହ ସ୍ୱର୍ଗତଃ ପାତ୍ର ପୂଜ୍ୟପୂଜା ଓ ନୈତିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇ ଆସୁଥିବା ଓ ସ୍ୱର୍ଗତାଃ ପାତ୍ର ଜଣେ ମିଷ୍ଠଭାଷି, ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିବା ସହ ଆଜିର ଯୁବପିଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ । ସ୍ମୃତି ସଭାକୁ ମନୋରଂଜନ ସାମନ୍ତରାୟ, ଅଜୟ ନିସଙ୍କ, ସୁଶିଲ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।