ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ “ଲଭେବୁଲ ରାଗଜ୍-ରାଗ ଆଧାରିତ ଲୋକପ୍ରିୟ ସଂଗୀତ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବନ୍ଦ ଅଡିଟୋରିୟମ୍‌ରେ ଏହିପରି କାର୍ୟ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ ପାଇଁ ଉପଯୁକ୍ତ ପରିବେଶ ଯୋଗାଇଥାଏ । ମାତ୍ର ପାରମ୍ପରିକ ସଂଗୀତ ପ୍ରତି ରୁଚି ରଖୁନଥୁବା ଶ୍ରୋତାମାନେ ଏହାର ଆନନ୍ଦ ଉଠାଇ ପାରନ୍ତି ନାହିଁ। ସେମାନଙ୍କୁ ଏହି ସଂଗୀତ ପ୍ରତି ଆକର୍ଷିତ କରିବା ପାଇଁ ଭୁବନେଶ୍ଵର ମ୍ୟୁଜିକ ସର୍କଲ ପକ୍ଷରୁ ପ୍ରତି ଶୀତ ଋତୁରେ ଦୁଇରୁ ତିନୋଟି କାର୍ୟ୍ୟକ୍ରମ ପାର୍କରେ ଆୟୋଜିତ ହୋଇଥାଏ । ଚଳିତ ଶୀତ ଋତୁରେ ମଧ୍ୟ ସର୍କଲର କାର୍ୟ୍ୟସୂଚୀ ଅନୁଯାୟୀ ୧୭ ଜାନୁଆରୀ ୨୦୨୬ ତାରିଖରେ ଏହି ସଂଗୀତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥରେ ସ୍ଵପ୍ନାରାଣୀ ପାତ୍ର ଏବଂ ଧୃତିମୟ ବେହେରା ନିଜର ସଂଗୀତ ପ୍ରଦର୍ଶନ କରିଥିଲେ। ରତିକାନ୍ତ ବେହେରା କି ବୋର୍ଡରେ, ସଞ୍ଜୟ ରାଉତ ତାବଲାରେ ଏବଂ ପ୍ରିୟ ରଞ୍ଜନ ମହାନ୍ତି ଅକ୍ଟୋପ୍ୟାଡ୍‌ରେ ତାଙ୍କୁ ସାହାଯ୍ୟ କରିଥିଲେ। ସ୍ଵପ୍ନାରାଣୀ ପାତ୍ର ଜଣେ ମେକାନିକାଲ ଇଞ୍ଜିନିୟର ଯିଏ ଓଡିଶାରେ ନିଜର ସଂଗୀତ ପ୍ରେମ ଜାରି ରଖିବା ପାଇଁ ବାଙ୍ଗାଲୋରରୁ ଚାକିରି ଛାଡି ଆସିଥିଲେ। ସେ ମୁମ୍ବାଇର ଗନ୍ଧର୍ବ ମହାବିଦ୍ୟାଳୟରୁ ହିନ୍ଦୁସ୍ତାନୀ ଭୋକାଲରେ ସଂଗୀତ ବିଷାରଦ ଡିଗ୍ରୀ ହାସଲ କରିଛନ୍ତି ଜ୍ଝ ସେ ଗୁରୁ ସରୋଜ କୁମାର ପରିଡାଙ୍କ ମାର୍ଗଦର୍ଶନରେ ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ତାଲିମପ୍ରାପ୍ତ ହୋଇ ଶାସ୍ତ୍ରୀୟ ସଂଗୀତରେ ଦକ୍ଷତା ଅର୍ଜନ କରିଛନ୍ତି । ସେ ଇ ଟିଭି ଚ୍ୟାନେଲର ପ୍ରଥମ ରିଅଲିଟି ଶୋ “ ରାଗ ଅନୁରାଗ”ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ “ ମ୍ୟାଜିକାଲ ଭଏସ୍ ଅଫ୍ ଇଣ୍ଡିଆ”ରେ ଓଡିଶା ପାଇଁ ସ୍ଵର୍ଣ୍ଣପଦକ ଓ ମେଡେନ୍ ପଦକ ପାଇ ଇତିହାସ ସୃଷ୍ଟି କରିଛନ୍ତି। ସଂଗୀତକୁ ଜାରି ରଖିବା ସହିତ ବର୍ତ୍ତମାନ ସେ କଟକର ଏକ ତିନି ତାରକା ହୋଟେଲରେ ମୁଖ୍ୟ ପରିଚାଳିକା ଏବଂ ଓଡିଶାର I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page