ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ଭୁବନ, ୧୬.୨.୨୦୨୬: ସାରା ଦେଶରେ ଧୂମଧାମରେ ଦେବାଦିଦେବ ମହାଦେବଙ୍କ ପବିତ୍ର ଜାଗର ବା ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଓଡ଼ିଶ ଗ୍ରାମର ଶ୍ରୀ ଶ୍ରୀ ଝରେଶ୍ୱର ମହାଦେବଙ୍କ ମନ୍ଦିରରେ ଖୁବ୍ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଜାଗର ଯାତ୍ରା । ଶହ ଶହ ଭକ୍ତଙ୍କ ସମାଗମରେ ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲାଗି ଦୀପ ପ୍ରଜ୍ଜ୍ୱଳନ କରିଥିବା

ଦେଖିବାକୁ ମିଳିଥିଲା । ମନ୍ଦିର ପରିବେଶକୁ ଆଲୋକମାଳା ଓ ତୋରଣ ମାଧ୍ୟମରେ ସଜାଯାଇଥିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ଏକତ୍ରିତ ହୋଇ ଦୀପ ଜାଳିବା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀ ଶ୍ରୀ ଝରଣେଶ୍ୱର ଟ୍ରଷ୍ଟର ସଭାପତି ରମେଶ ପାତ୍ର, ସେକ୍ରେଟାରୀ ବିଦ୍ୟାଧର ନାୟକ, କ୍ୟାସିୟର ପ୍ରଦୁ୍ୟମ୍ନ ଷଣ୍ଢ, ସଦସ୍ୟ କାର୍ତ୍ତିକ ସେନାପତି, ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା, ପବିତ୍ର ମୋହନ ସେଠୀ, ଝରିଆ ମହାନ୍ତ, ଅଲେଖ ସେନାପତି, ବାବୁ ଷଣ୍ଢ ପ୍ରମୁଖଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଏହି ଜାଗର ଯାତ୍ରାର ସୁବ୍ୟବସ୍ଥା କରାଇଥିବା ସୂଚନା ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଯାତ୍ରାକୁ ଏକ ପର୍ବ ଭାବେ ପାଳନ କରାଯିବା ସହ ଆସନ୍ତା ବର୍ଷ ମାନଙ୍କରେ ମଧ୍ୟ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଜଣାପଡିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page