ବାପାକୁ ଆକ୍ରମଣ କରିବା ଘଟଣାରେ ପୁଅ ଗିରଫ

ବାଲିଅନ୍ତା,୨୪|୩():ପାରିବାରିକ କଳହରୁ ବାପାକୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାରେ ପୁଅକୁ ଆଜି ଧଉଳି ଥାନା ପୁଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ତୈଳ ସାହିର ବାବାଜୀ ଭୋଇଙ୍କ ପୁଅ ମଣ୍ଟୁ ଓରଫ ମନୋରଞ୍ଜନ l ଏଥିସହ ତା ଠାରୁ ଆକ୍ରମଣରେ ବ୍ୟବହୃତ ସାମଗ୍ରୀ ପୁଲିସ ଜବତ କରିଛି l ଖବରନେବାରେ ଜଣାପଡିଛି ଗତକାଲି ରାତିରେ ମଣ୍ଟୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ବାବାଜୀଙ୍କୁ ଟଙ୍କା ମାଗିଥିଲେ l ମାତ୍ର ବାବାଜୀ ଏତେ ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରିଥିଲେ l ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା l ଏପରିକି ବାବାଜୀ ଓ ମଣ୍ଟୁ ହାତାହାତି ମଧ୍ୟ ହୋଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ମଣ୍ଟୁ ଏକ ପ୍ଲାଏ ପଟାରେ ବାବାଜୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ l ଫଳରେ ବାବାଜୀଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା l ଖବରପାଇ ଧଉଳି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବାଜୀଙ୍କୁ ଉଦ୍ଧାର କରି ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଏନେଇ ବିଜୟଙ୍କ ଝିଅ ଶର୍ମିଲି ନାଥ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ପୁଲିସ ମଣ୍ଟୁକୁ ଗିରଫ କରିଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page