୯ମ ଯଶୁଆପୁର ମହୋତ୍ସବ ଉଦ୍‌ଘାଟିତ।

ବାଲିଅନ୍ତା ୨୭/୦୩(ଅମୃତ ମିଡିଆ): ଗାଁରେ ଭାଇଚାରା ଓ ଗାଁର ପରିଚୟ ଜନ ମାନସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର ପାଇଛି। ମହୋତ୍ସବ ଏକମାତ୍ର ମାଧ୍ୟମ ବୋଲି ଆଜି ଯଶୁଆପୁର ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ୯ମ ଯଶୁଆପୁର ମହୋତ୍ସବର ଉଦଘାଟନ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଓଡି଼ଶା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଲୋକାଭିମୁଖୀ କରିବା ନିମନ୍ତେ ଗତ ୮ ବର୍ଷ ଧରି ଯଶୁଆପୁର ବିକାଶ ପରିଷଦ ଓ ଯଶୁଆପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ଉଦଘାଟକ ଭାବେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲି, ବରିଷ୍ଠ ଶିକ୍ଷାବିତ ବିଦୁଭୁଷଣ ପଟ୍ଟନାୟକ, ସମାଜ ସେବୀ ରଶ୍ମୀତା ମହାପତ୍ର ,ସୁବ୍ରତ କୁମାର ମହାନ୍ତି, ପ୍ରଦୀପ୍ତ ମହାନ୍ତି, ସତ୍ୟରଞ୍ଜନ ଚାଟୋଇ,ବରିଷ୍ଠ ବିଜେପି ନେତା ବ୍ରହ୍ମାନନ୍ଦ

ସ୍ୱାଇଁ, ବରିଷ୍ଟ ମୂରବୀ ଜୟକୃଷ୍ଣ ମହାପାତ୍ର ପ୍ରମୁଖ ସମ୍ମାନୀତ ଭାବେ ଯୋଗ ଦେଇ ମହୋତ୍ସବ ଗାଁରେ ଭାଇଚାରା ସୃଷ୍ଟି କରିଥାଏ ବୋଲି ଅଭିଭାଷଣ ପ୍ରଦାନ କରିବା ସହ ମହୋତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ କୃତି ପ୍ରତିଭାଙ୍କୁ ‘ଆମ ଯଶୁଅପୁର ଆମ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ

ଶେଷରେ ଓଡ଼ିଶୀ,ସମ୍ବଲପୂରୀ, ଛଉ ନୃତ୍ୟ ଆଦି ପାରମ୍ପରିକ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିଲା ଓ କାର୍ଯ୍ୟକୁ ମହୋତ୍ସବର ମୁଖ୍ୟ ସଭାପତି ରଞ୍ଜନ ମହାପାତ୍ର, ସମ୍ପାଦକ ତାପସ ସ୍ୱାଇଁ, ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ, ବରିଷ୍ଠ ନାଗରୀକ ନଳିନୀ କାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଉପସ୍ଥାପିକା ରନି ଶତପଥୀ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page