ଶ୍ରୀରାମ ନବମୀ ଉପଲକ୍ଷେ ପଣା ବଣ୍ଟନ

ବଲାଙ୍ଗୀର : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସହ ବଲାଙ୍ଗୀରି ଜିଲ୍ଲାର ଲୋଇସିଂହା ପତଞ୍ଜଳି ପରିବାର ଏବଂ ଯୋଗ ଶିକ୍ଷକ ସଂଘ ବଲାଙ୍ଗିର ଦୁହିଁଙ୍କ ମିଳିତ ଭାବରେ ଏକତ୍ରିତ ହୋଇ ଡକ୍ଟର ମହାଲିଙ୍ଗ ଯୋଗଶିକ୍ଷକଙ୍କ ସହିତ ପଣା ବଣ୍ଟନ କରି ସର୍ବ ସାଧାରଣ ଲୋକଙ୍କୁ ସର୍ବତ ବଣ୍ଟନ କରିଥିଲେ | ବଲାଙ୍ଗିର ଜିଲ୍ଲାର ଯୋଗ ଶିକ୍ଷକ ସଂଘର ସଭାପତି ଅଶୋକ ଅଗ୍ରୱାଲଙ୍କ ନେତୃତ୍ୱରେ ଯୋଗ ଶିକ୍ଷକ ଲକ୍ଷ୍ମଣ ମାଝୀ, ସୁରଜ୍ ବକୁଳ, ଅମରିଶ ସାହୁ, ଉପେନ୍ଦ୍ର ପଢାନ, ନୀଳାଚଳ ସାହୁ,ରମେଶ ସାହୁ,ରଶ୍ମି ବାଗ, ବାସନ୍ତୀ ସାହୁ, ପ୍ରେମସିଲା ସାହୁ, ଏବଂ ଲୋଇସିଂହା ପତାଞ୍ଜଳୀ ପରିବାରର ପୁରାତନ ସଦସ୍ୟ ସାଧୁ ଚରଣ ବିଶ୍ଵାଳ, ମକରଧ୍ବଜ ଧାରୁଆ, କୁଶ ସୁନା ମଧ୍ୟ ସହଯୋଗ କରିଥିଲେ | ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜିର ଦିନ ଶ୍ରୀରାମ ନବମୀ ଉପଲକ୍ଷେ ବୁଝାଇବୁଝାଇ କହିଥିଲେ ଯେ ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ପରେପରେ ଓଡିଶା ତଥା ବଲାଙ୍ଗୀର ଜିଲ୍ଲାର ସମସ୍ତ ଯୋଗୀ ବନ୍ଧୁମାନକୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଯୋଗ ଶିକ୍ଷ୍ୟା ହିଁ ମୂଳାଧାର ଅଟେ | କେନ୍ଦ୍ରରେ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଯୋଗକୁ ଅଧିକ ପ୍ରାଧାନ୍ୟ ଦେଉଥିବାବେଳେ ଓଡ଼ିଶାରେ ୬୭୮୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିକଳ୍ପନା କରାଯାଇଛି ତନ୍ମଧ୍ୟରୁ ୫୫୦୦ କେନ୍ଦ୍ର ହୋଇଗଲାଣି | ଆମର ଡବଲ ଇଂଜିନି ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ଯୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଅଯାଇ ୮ ଦିନ ପରିବର୍ତ୍ତେ ୨୦୨୬-୨୭ ବଜେଟରେ ସ୍ୱାସ୍ଥ୍ୟ ବିଭାଗରେ ମାସକୁ ୨୦ଦିନ ପାଇଁ ଯୋଗପ୍ରଶିକ୍ଷଣ ପାଇଁ ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନା କରିଥିଲେ | ଆମ ଯବାନ ଶୈଳୀକୁ ପରିବର୍ତ୍ତନ କରିବା ନିମନ୍ତେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଗୋଟିଏ ଲେଖାଏ ଯୋଗଶିକ୍ଷକ ନିଯୁକ୍ତି ହେବେ କାରଣ ଆମେମାନେ ଯୋଗକରି ନିରୋଗ ରହିବ ଡାକ୍ତରଖାନା କୁ ଅଳ୍ପ ଯିବା ତାହାହେଉଛି ଆମର ଲକ୍ଷ୍ୟ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page