ଚିଲିକା,୨୯।୩: ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇ ଗତ ୩ ଦିନ ଧରି ଚାଲିଥିବା ସ୍ଥାନୀୟ ବଡପଦର ରୋଡ଼ ସ୍ଥିତ ଶ୍ରୀରାମ ବଜାରର ୨୫ ତମ ବାର୍ଷିକ ଉତ୍ସବ ତଥା ଶ୍ରୀରାମ ନବମୀ ପୂଜା ଉତ୍ସବ ଆଜି ସ°ଧ୍ୟାରେ ଭସାଣି ସହିତ ସମାପନ ହୋଇଯାଇଛି। ସଭାପତି ପ୍ରଦୋଷ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ବଡପଦର ଗ୍ରାମ ସଭାପତି ମକରଧ୍ବଜ ପଲାଇ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଏହି ଅବସରରେ ବଜାର ପୂଜା ମଣ୍ଡପରେ ସୁସଜ୍ଜିତ ମେଢରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାତା ସୀତା, ଭ୍ରାତା ଲକ୍ଷ୍ମଣଙ୍କ ସହିତ ବୀର ହନୁମାନଙ୍କ ମୃଣ୍ମୟ ମୂର୍ତ୍ତିଙ୍କୁ ସ୍ଥାପନ କରାଯାଇ ବଡପଦର ରେ ବିଜେ ଶ୍ରୀ ରଘୁନାଥ ଦେବ ଙ୍କ ମନ୍ଦିର ରୁ ପ୍ରଭୁ ଙ୍କୁ ଵରଣ କରି ଆଣିବା ପରେ ପୂଜା ଅର୍ଚ୍ଚନା ଓ ହୋମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରତି ସ°ଧ୍ୟାରେ ବାଦି ପାଲା ଓ ସ°କୀର୍ତ୍ତନ ପରିବେଷଣ ହୋଇଥିଲା। ଆଜି ସ°ଧ୍ୟାରେ ପଟୁଆର ସହିତ ଠାକୁର ଙ୍କୁ ବଜାର ପରିକ୍ରମା କରାଯାଇ ଵିସର୍ଜନ କରାଯାଇଥିଲା। ଗୋଲଖ ନାୟକ,ରମେଶ କୁମାର ପଲାଇ, କାଳିଆ ଗୁରୁ, ଫକୁ ନାୟକ, ରାକେଶ କୁମାର ପଟ୍ଟନାୟକ, ଦିଲିପ କୁମାର ସାହୁ, ନାରାୟଣ ବରାଳ, ଚନ୍ଦନ ଶତପଥୀ, ସିଲୁ ମହାରଣା, ଚିନୁ ମହାନ୍ତି, ଡାକ୍ତର ସୁଧା°ଶୁ ମହାରଣା, ଭାଗିରଥୀ ଵରାଳ,ଟୁନା ସେଣ, ଲକ୍ଷ୍ମୀ ଧର ପଲାଇ, ବିଶ୍ବନାଥ ସାହୁ ଙ୍କ ସହିତ ସମସ୍ତ ସଭ୍ୟ ଏଥିରେ ସହଯୋଗ ପ୍ରଦାନ କରିଥିଲେ।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି