ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ

ବାଲିଅନ୍ତା 01/04:- ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଜିକେସିଏମ୍ ଓଡିଶୀ ରିସର୍ଚ୍ଚ ସେଣ୍ଟରରେ “ବ୍ଲୁମିଙ୍ଗଡେଲ୍ସନାଇଟ୍” ବଡ଼ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ଏହି ଅବସରରେ ‘କିଡ଼୍ ବ୍ଲୁମିଙ୍ଗଡେଲ୍ସ” ପ୍ରି ସ୍କୁଲର ଶିଶୁମାନଙ୍କର “ଗ୍ରାଜୁଏସନ୍ ଡେ” ପାଳନ କରାଯାଇଥିଲା, ଯେଉଁଠାରେ ଶିଶୁମାନେ ପ୍ରି ସ୍କୁଲରୁ କିଣ୍ଡରଗାର୍ଟେନ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଅବସରରେ ସେମାନଙ୍କର ପ୍ରଥମ ଶିକ୍ଷାଗତ ସଫଳତାକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ଆଗକୁ ବଡ଼ ଲକ୍ଷ୍ୟ ସାଧନ ଦିଗରେ ପ୍ରେରିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସହିତ ଗୋଡ଼ିବାରି ଗ୍ରାମର “ବୁଗିନ୍ ହ” ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ; ଡଃ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ପରିଚୟ ଫାଉଣ୍ଡେସନ୍‌ର ସ୍ଥାପିକା; ଶ୍ରୀ ସମ୍ବିତ ତ୍ରିପାଠୀ, ପେସ୍ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍; ଶ୍ରୀମତୀ ଶୁଚିସ୍ମିତା ପୃଷ୍ଟି, ସାମାଜିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାମଣ୍ଡନ କରିଥିଲେ । ମୋଟ ୨୪ ଜଣ ଶିଶୁ ଲାଲ୍ ଗ୍ରାଜୁଏସନ୍ ଡ୍ରେସ୍ ଓ କ୍ୟାପ୍ ପିନ୍ଧି ଅତିଥିମାନଙ୍କ ପାଖରୁ ସମ୍ମାନିତ ହୋଇ କିଣ୍ଡରଗାର୍ଟେନ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ। ସମାଜର ପ୍ରତ୍ୟେକ ବର୍ଗର ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ବ ଦେଇ, ଅଧ୍ବକ୍ଷା ଶ୍ରୀମତୀ ସବିତା ପଟ୍ଟନାୟକଙ୍କ ନେତୃତ୍ଵରେ ଚାଲୁଥ‌ିବା “ବୁଗିନ୍ ହ” ଶିକ୍ଷା କେନ୍ଦ୍ର ଏକ ଅନନ୍ୟ ପ୍ରୟାସ । ଜନଜାତିର କିଶୋର କିଶୋରୀମାନେ, କିଡ଼୍ ଝୁମିଙ୍ଗଡେଲ୍ସର ଶିଶୁ ମାନଙ୍କ ସହିତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ବ୍ଲୁମିଙ୍ଗଡେଲ୍‌ ଫାଉଣ୍ଡେସନ୍, କିଙ୍ଗ୍ ଝୁମିଙ୍ଗଡେଲ୍ସ ପ୍ରି ସ୍କୁଲ ମାଧ୍ୟମରେ ସୃଜନଶୀଳ ଓ ମୂଲ୍ୟଭିତ୍ତିକ ପରିବେଶରେ ପ୍ରାରମ୍ଭିକ ଶିଶୁ ଶିକ୍ଷାରେ ଗୁରୁତ୍ବ ଦେବାବେଳେ, “ବୁଗିନ୍ ହ” ଶିକ୍ଷା କେନ୍ଦ୍ର ମାଧ୍ୟମରେ ପଛୁଆ ଶ୍ରେଣୀର କିଶୋରୀ ସଶକ୍ତିକରଣରେ ମଧ୍ଯ କାମ କରୁଛି, ଯାହା ଦ୍ବାରା ସମସ୍ତ ଶିଶୁ ଓ ଯୁବମାନଙ୍କର ସମଗ୍ର ବିକାଶ ଓ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସୁନିଶ୍ଚିତ କରୁଅଛି।
ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ଦୁଇରୁ ପାଞ୍ଚ ବର୍ଷ ବୟସର ଶିଶୁମାନଙ୍କ ଠାରୁ ଆରମ୍ଭ କରି ଜନଜାତିର କିଶୋର କିଶୋରୀ ମାନଙ୍କ ଆଧ୍ୟାତ୍ମିକ, ଦେଶଭକ୍ତିମୂଳକ, ଓଡିଶାର ରୁଦ୍ଧିମନ୍ତ କଳା ସଂସ୍କୃତିର ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କର ମନ
ମୋହିଥିଲା ।ସମଗ୍ର କାର୍ଯ୍ୟକ୍ରମଟି ସ୍କୁଲର ଦୃଷ୍ଟିକୋଣରୁ ପ୍ରେରିତ ଥିଲା – “କିଙ୍ଗ୍ ଝୁମିଙ୍ଗ ଡେଲ୍ସର ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ସଫଳତାରେ ଗର୍ବିତ ହେବେ, ସକାରାତ୍ମକ ମନୋଭାବ ରଖୁବା ସହ ନିଜର ସମ୍ପୂର୍ଣ୍ଣ ବିକାଶ କରିବା ଦିଗରେ ପ୍ରୟାସ କରିବେ I”

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page