ଭାରତୀୟସଂସ୍କୃତି ଓ ପରମ୍ପରାମୁଖ୍ୟତଃ ନାରୀମାନଙ୍କୁ ପ୍ରାଧାନ୍ୟ ଦେଇଆସିଛି ।ବୈଦିକ ଯୁଗରୁଶ୍ରୁତିବେଦକୁମୁଖସ୍ତକରିଥିବାମହନୀୟାମହିଳା ଗାର୍ଗୀ, ମୈତ୍ରେୟୀଙ୍କ କଥା ନିଆଯାଉକିମ୍ବା ପୁରାଣ ପୃଷ୍ଠାରୁ ଦୁର୍ଗା, କାଳୀ, ସୀତା, ସତୀ, ସାବିତ୍ରୀ ପ୍ରମୁଖଙ୍କଭଳିଶକ୍ତିଶାଳୀ, ମହିୟସୀ ଦେବୀମାନଙ୍କ କଥା ବିଚାରକୁ ନିଆଯାଉ । ନାରୀବିନାଭାରତୀୟସଂସ୍କୃତିକୁ ପରିକଳ୍ପନାକରିବାବାହୁଲ୍ୟମାତ୍ର ।ସାମାଜିକ, ଧାର୍ମିକ, ମାର୍ମିକ, ବୈଜ୍ଞାନିକ, ଐତିହାସିକ, ରାଜନୈତିକ ତଥା ଯେ କୌଣସିକ୍ଷେତ୍ରହେଉନାକାହିଁକି ନାରୀସମାଜର ଏକ ନିର୍ଭୟଯୋଗ୍ୟବଳିଷ୍ଠ ଅଙ୍ଗ । ସାମାଜିକକ୍ଷେତ୍ରକୁ ପର୍ଯ୍ୟାଲୋଚନାକଲେସମାଜରତଳସ୍ତରରଲୋକମାନେ ବିକହିପାରିବେ ଯେ, ଆଜିର ନାରୀ ପୁରୁଷଙ୍କତୁଳନାରେକୌଣସିଗୁଣରେ କମ ନୁହଁନ୍ତି ।ବର୍ତ୍ତମାନ ସମୟରେକିଛିମହିୟସୀମହିଳାଯେଉଁମାନେ କି ଅଦମ୍ୟ, ଦୃଢ଼ଇଚ୍ଛାଶକ୍ତି, ନିଷ୍ଠା ଦ୍ୱାରାସମାଜରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିକରିପାରିଛନ୍ତି ।ସାମାଜିକ, ଆଧ୍ୟାତ୍ମିକ ତଥା ସମାଜରକଲ୍ୟାଣ ନିମନ୍ତେ ନିଜକୁସମର୍ପିତଭାବେସେବା ପ୍ରଦାନ କରିଆସୁଛନ୍ତି ।ତନ୍ମଧ୍ୟରୁକିଛିମହିୟସୀବ୍ୟକ୍ତିତ୍ୱଙ୍କସମ୍ପର୍କରେକିଛି …….
ପଦ୍ମଶ୍ରୀ ଡ. ତୁଳସୀମୁଣ୍ଡା
ସମାଜସେବାର ଏକ ମୂର୍ତ୍ତିମନ୍ତ ପ୍ରତୀକଭାବେ ଡ. ତୁଳସୀମୁଣ୍ଡାକହିଲେ ଅତୁ୍ୟକ୍ତି ହେବ ନାହିଁ ।କେନ୍ଦୁଝରଜିଲ୍ଲାସେରେଣ୍ଡାଗ୍ରାମରେ ୧୯୪୭ ମସିହାଜୁଲାଇ ୧୫ ତାରିଖ ଦିନ ଏହିମହିୟସୀମହିଳାଭୂମିଷ୍ଠାହୁଅନ୍ତି । ତୃତୀୟଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ ଆଦିବାସୀମାନଙ୍କୁ ସ୍ୱାକ୍ଷରକରାଇବାସହିତସାଧାରଣଲୋକମାନଙ୍କ ପାଇଁକିଛିକରିବା ପାଇଁବାଲ୍ୟକାଳୁ ଅଣ୍ଟା ଭିଡ଼ିଥାନ୍ତି ।ବହୁସଂଗଠନ ସହିତଜଡ଼ିତରହିଉଚିତ ପରାମର୍ଶ ଦେବାସହିତବିଭିନ୍ନ ପ୍ରକାରସାମାଜିକ କାର୍ଯ୍ୟ ଯଥା- ସ୍ୱାକ୍ଷରତା ଅଭିଯାନ, ମହିଳା ଓ ଶିଶୁମାନଙ୍କ ପାଇଁ କାର୍ଯ୍ୟ, ଅନାଥ-ଅସହାୟମାନଙ୍କ ପାଇଁ ତଥା ସମଗ୍ରମାନବଜାତି ପାଇଁସମାଜସେବାର ଏକ ଉଜ୍ଜ୍ୱଳ ପ୍ରତିଭା ।ବାଲ୍ୟକାଳରେଭୂଦାନ ଆନେ୍ଦାଳନରେ ଆଚାର୍ଯ୍ୟ ବିନୋଭାଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିଆସିଛନ୍ତି ।ତାଙ୍କରସମାଜସେବାକାର୍ଯ୍ୟକୁଲକ୍ଷ୍ୟକରିଭାରତସରକାର ୨୦୦୧ ମସିହାରେତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀଉପାଧି ପ୍ରଦାନ କରିଥିଲେ ।ଏହାସହିତକାଦମ୍ବିନୀ ସମ୍ମାନ-୨୦୦୮, ଓଡ଼ିଶାଲିଭିଂଲିଜାଣ୍ଡ୍ ୨୦୧୧, ଲକ୍ଷ୍ମୀପ୍ରତିସିଂହାଣିଆ ସମ୍ମାନ ୨୦୦୯ ପ୍ରମୁଖ ସମ୍ମାନ ଓ ପୁରସ୍କାରତାଙ୍କୁ ଆଣି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।ଏହାସହିତସମଗ୍ରମହିଳାମାନଙ୍କ ପାଇଁ ଆଜି ସେ ପାଲଟିଛନ୍ତି ଏକ ଆଦର୍ଶ ।

ଡ. ଶ୍ରୁତିମହାପାତ୍ର
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା, ଅଧ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକବିହାରମାନିଥାଏ ।ଏହାର ଅନନ୍ୟ ଉଦାହରଣସୃଷ୍ଟିକରିପାରିଛନ୍ତିଡ. ଶ୍ରୁତିମହାପାତ୍ର । ଏକ ଦୁର୍ଘଟଣାରଶିକାରହୋଇସେ ନିଜରଲକ୍ଷ୍ୟସ୍ଥଳରୁଫେରି ଆସିଥିଲେ ଏବଂ ଜୀବନ ସାରାସାହାରା ପାଲଟିଥିଲାହ୍ୱିଲ୍ଚେୟାର୍ ।ସଂଗ୍ରାମରତଜୀବନକୁସେସଫଳତାରସହିତ ଅତିବାହିତ କରିଛନ୍ତି । ୧୯୮୭ ମସିହାରେଜଣେମେଧାବୀଭାବେଭାରତୀୟ ପ୍ରଶାସନିକସେବାର ଗ୍ରୁପ୍-୬ ଆଲାଏଡ୍ ସର୍ଭିସ୍ ପାଇଁଯୋଗ୍ୟତାହାସଲକରିଥିଲେମାତ୍ର ଏକ ଦୁର୍ଘଟଣାତାଙ୍କଜୀବନରଗତିପଥ ବଦଳାଇ ଦେଇଥିଲେକିନ୍ତୁସେହାର୍ମାନିନଥିଲେ ।ଗୋଟିଏ ଅଙ୍ଗ ଅଚଳ ହୋଇପଡ଼ିଥିଲେ ମଧ୍ୟ ମନରସାହସ, ଦୃଢ଼ଇଚ୍ଛାଶକ୍ତି ଓ କିଛିକରିପାରିବାର ଆଗ୍ରହ ତାଙ୍କୁ ପହଞ୍ଚାଇଥିଲାଶୀର୍ଷରେ । ନିଜମାନସପୁତ୍ରସ୍ୱାଭିମାନ ସାମାଜିକସଂଗଠନମାଧ୍ୟମରେଶିଶୁମାନଙ୍କବୌଦ୍ଧିକବିକାଶ ପାଇଁତାଙ୍କ ଉଦ୍ୟମ ପ୍ରଶଂସନୀୟହୋଇପାରିଛି ।ସ୍ନାତକ ଓ ସ୍ନାତକୋତର ପରୀକ୍ଷାରେସ୍ୱର୍ଣ୍ଣ ପଦକ ହାସଲକରିବାସହିତସେହେଉଛନ୍ତି ଦକ୍ଷିଣଏସିଆର ପ୍ରଥମ ମହିଳା ଯେ କିହ୍ୱିଲ୍ଚେୟାରମାଧ୍ୟମରେ ପିଏଚ୍ଡିଲାଭକରିଛନ୍ତି ।ଜଣେସୁଦକ୍ଷା, ଦିବ୍ୟାଙ୍ଗ, କର୍ତ୍ତବ୍ୟନିଷ୍ଠ, ସମାଜସେବିକାଭାବରେ ଆଜି ସମଗ୍ରଭାରତବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟସୃଷ୍ଟିକରିପାରିଛନ୍ତି ।ଏହାଛଡ଼ା ଦୂରଦର୍ଶନରବିଭିନ୍ନସଚେତନତାମୂଳକକାର୍ଯ୍ୟକ୍ରମ, ମହିଳା ଓ ଶିଶୁ, ଦିବ୍ୟାଙ୍ଗମାନଙ୍କ ପାଇଁକର୍ତ୍ତବ୍ୟକରିବାସହିତସେ ନିଜକୁ ପ୍ରମାଣିତକରିଛନ୍ତି ଯେ କୌଣସିଗୁଣରେକମ୍ ନୁହଁନ୍ତି ।

ସ୍ୱାମିନୀସଂୟୁକ୍ତାନନ୍ଦ ସରସ୍ୱତୀ
ତୁଳସୀ ଦୁଇ ପତ୍ରରୁବାସିଲା ପରିସ୍ୱାମିନୀସଂୟୁକ୍ତାନନ୍ଦ ସରସ୍ୱତୀ ପୂର୍ବନାମସନ୍ଧ୍ୟାଙ୍କମେଧାର ପରିଚୟବାଲ୍ୟସମୟରୁମିଳିସାରିଥିଲା । ପିତା ନୀତିନିଷ୍ଠମହେଶ୍ୱର ନନ୍ଦ ଓ ମାତା ବସନ୍ତ ମଞ୍ଜରୀ ନନ୍ଦଙ୍କ ଜ୍ୟୋଷ୍ଠାକନ୍ୟାଭାବେସଂସ୍କୃତିସମ୍ପନ୍ନ ଭଦ୍ରକମାଟିରେ ୧୯୭୩ ମସିହାଜୁଲାଇମାସ ୧୪ତାରିଖରେ ଭୂମିଷ୍ଠହୋଇଥିଲେ । ଅର୍ଥନୀତିରେ ସ୍ନାତକନେଇସଫଳତାରସହିତଉତ୍ତୀର୍ଣ୍ଣହେବା ପରେ ଆଧ୍ୟାତ୍ମିକ, ପୁଜ୍ୟପୂଜା ତଥା କଳୁଷିତହୋଇଥିବାସମାଜରେକିଛି ଭଲ ପରିବର୍ତ୍ତନ ଆଣିବା ସହତାଙ୍କ ମନ ସର୍ବଦା ବ୍ୟାକୁଳହେଉଥିଲା ।ସଂସାରରମୋହ, ମାୟା ଓ ଗୃହ ପରିତ୍ୟାଗକରିବାସହଭୁବନେଶ୍ୱରସ୍ଥିତ ଚିନ୍ମୟମିଶନରେ ନିଜକୁସାମିଲ କଲେ । ମାତ୍ର ୨୦ ବର୍ଷରେଗୃହତ୍ୟାଗକରିବମ୍ବେ ଚିନ୍ମୟମିଶନରେବେଦାନ୍ତ କୋର୍ସରେ ଅଧ୍ୟୟନ କଲେ । ବୋକାରୋଚିନ୍ମୟମିଶନରେ ୧୯୯୮ ରେଯୋଗ ଦେବା ପରେସେଠାରେ ଆଧ୍ୟାତ୍ମିକ ଶିକ୍ଷା, ବେଦ, ଉପନିଷେଦ, ଧର୍ମଉପରେ ଆଲୋଚନା ତଥା ପୁଜ୍ୟପୂଜାସମ୍ପର୍କରେବିଦ୍ୟାର୍ଥୀମାନଙ୍କୁଶିକ୍ଷାଦାନ ଦେବାସହ ଆଚାର୍ଯ୍ୟା ଭାବେ କାର୍ଯ୍ୟ କଲେ । ୨୦୧୪ ମସିହା ପବିତ୍ରଶିବରାତ୍ରି ଅବସରରେ (୨୭/୦୧/୨୦୧୪) ସେସ୍ୱାମୀନୀସଂଯୁକ୍ତାନନ୍ଦ ସରସ୍ୱତୀଭାବେ ପରିଚିତାହେଲେ ।ମାତୃଶକ୍ତିଏବଂମାହେଉଛନ୍ତି ଜୀବନ୍ତ ଦେବତାସ୍ୱରୂପ ବୋଲିମତବ୍ୟକ୍ତକରନ୍ତି । ପ୍ରବଚନ ଦେବାସହକଳୁଷିତସମାଜରେ ନିଜନିଜରଶ୍ରେଷ୍ଠତ୍ୱ ଦେବା ପାଇଁଉପଦେଶ ଦିଅନ୍ତି । ଆଜିକାଲିର ସମାଜରେସମସ୍ତ ଯୁବପୀଢ଼ିଙ୍କ ପାଇଁ ଏକ ଆଦର୍ଶ ଉଦାହରଣଭାବେ ନିଜକୁବେଶ ପ୍ରମାଣିତକରିପାରିଛନ୍ତି ।