ଚିଲିକା,୮।୫:ଆଜି ବାଣପୁର ଥାନାରେ ୟୁନିସେଫ ଏବଂ ଓଡିଶା ପୋଲିସର ମିଳିତ ଆନୁକୂଲ୍ୟରେ ନାବାଳକ, ନାବାଳିକା ମାନଙ୍କ ପାଇଁ ଡିଜିଟାଲ ସୁରକ୍ଷା ଏବଂ ଅନଲାଇନ ନିରାପତ୍ତା ସମ୍ପର୍କ ରେ ଏକ କର୍ମଶାଳା “ଜୁଭେଣ୍ଟିକା ” ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପୋଲିସ ତରଫରୁ ୫୫୫ଟି ଥାନାରେ ପ୍ରାୟ ୧୫ହଜ଼ାର ନାବାଳକ, ନାବାଳିକାଙ୍କୁ ଏହି କର୍ମ ଶାଳା ରେ ରାଜ୍ୟ ପୋଲିସ ମହା ନିଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ ଦେଇ ଏ ସମ୍ପର୍କରେ ରାଜ୍ୟର ବିଭିନ୍ନ କୋଣ ରୁ ଯୋଗ ଦେଇଥିବା ପିଲାମାନଙ୍କୁ ଉଦବୋଧନ ଏବଂ ପ୍ରଶ୍ନୋତ୍ତରର ଦେଇଥିଲେ ।

ବାଣପୁର ଥାନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡା ଏବଂ ଜିଲ୍ଲା ସାଇବର ସେଲ୍ ଡି .ଏସ. ପି .ରବିନାରାୟଣ ଭଞ୍ଜ ଯୋଗଦେଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ନାବାଳିକା ଏବଂ ଅଙ୍ଗନବାଡି ଦିଦିଙ୍କୁ ସାଇବର ନିରାପତ୍ତା,ମାନସିକ ସୁସ୍ଥତା,ଶିଶୁ ସମ୍ପର୍କିତ ଅନୁକୂଳ ନିୟମ,ଅନ ଲାଇନ ବ୍ୟବହାର,ସମ୍ପର୍କ ରେ ଅବଗତ କରାଇ ଥିଲେ।ଉପସ୍ଥିତ ନାବାଳିକାଙ୍କୁ ପୋଲିସ ଥାନା ବୁଲାଇବା,ଭିଡିଓ ମାଧ୍ୟମରେ ସାଇବର ନିରାପତ୍ତା,ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାନ କାରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ପୋଲିସ ଅଫିସର ରଶ୍ମିତା ସାମଲ ଉପସ୍ଥିତ ନାବାଳିକା ମାନଙ୍କର ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ପ୍ରଶ୍ନୋତ୍ତରର ସଂଯୋଜନା କରିଥିଲେ । ସେହିପରି ଭାବେ ନାଚୁଣୀ ଥାନାରେ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଅତିରିକ୍ତ ଏସ .ପି.ଯୁଗଳ କିଶୋର ମଲ୍ଲିକ ଓ ଥାନାଧିକାରୀ ବିଭୁତି ଭୂଷଣ ମହାପାତ୍ର ଉପସ୍ଥିତ ପ୍ରାୟ ୮୦ଜଣ ନାବାଳିକାଙ୍କ ସହିତ ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସାଇବର ସୁରକ୍ଷା ନିରାପତ୍ତା ଓ ସଚେତନତା କରାଇଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି