ରାୟଗୁରୁ ବାସୁଦେବପୁର ପୁରରେ ୪ଲକ୍ଷର ଢଳେଇ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଅନ୍ତା: ୯/୫ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ସରପଞ୍ଚ ରମାଲତା ନାୟକଙ୍କ ଦ୍ୱାରା ୪ଲକ୍ଷ ଟଙ୍କାର ଢଳେଇ ରାସ୍ତା ରାୟଗୁରୁ ବାସୁଦେଇପୁର ହରିଜନ ସାହି ଓ ହୀରାପୁର ମୁତୁରୀ ମହାନ୍ତି ସାହି ଢଳେଇ ରାସ୍ତା ୧ ଲକ୍ଷ ଟଙ୍କାର ନଡ଼ିଆ ବାଡେଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରମାଲତା ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର , ପିଓ ଅଜିତ୍ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ବନ୍ଦିତା ନାୟକ, ହରେକୃଷ୍ଣ ମହାରଣା, ସୋମନାଥ ଖଟେଇ,ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ , ଅଭିମନ୍ୟୁ ଭୋଇ , କାର୍ତ୍ତିକ ରାଉତ, ଧୂଳସ୍ୱର ପ୍ରଧାନ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଢଳେଇ ରାସ୍ତା ସମ୍ପୂର୍ଣ୍ଣ ହେଲେ ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବା ସହ ପଞ୍ଚାୟତର ଭିତ୍ତିଭୂମି ସୁଦୃଢ଼ ହେବ ବୋଲି ସରପଞ୍ଚ ରମାଲତା ନାୟକ କହିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page