ମାତୃ ଦିବସରେ ପ୍ରୟାସର ବୃକ୍ଷ ରୋପଣ

ବାଲିଅନ୍ତା ୧୦/୦୫:- ବନ୍ଦନୀୟ ହେଉଛନ୍ତି ତିନି ମାତା… ଗଙ୍ଗା ମାତା, ଗୋ ମାତା ଓ ପୃଥିବୀ ମାତା। ଆଜି ପୃଥିବୀ ମାତାଙ୍କ ଦିବସ। ଏହି ଉପଲକ୍ଷେ ପ୍ରୟାସ ତରଫରୁ ପୃଥିବୀ ମାତାଙ୍କ ପୂଜନ ପୂର୍ବକ ଭୁବନେଶ୍ୱରରୁ ଉତ୍ତାପ ରୁ ରକ୍ଷା କରିବା ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟ -୩ , ମଞ୍ଚେଶ୍ୱର, ଭୁବନେଶ୍ଵର ରେ ଶତାଧିକ ବୃକ୍ଷ ରୋପଣ କରାଯାଇଅଛି। କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଏ କେ ମିଶ୍ର, ଏମ୍ କେ ବଳିଆରସିଂ ଙ୍କ ସହିତ ବିଦ୍ୟାଳୟର କର୍ମକର୍ତ୍ତା ତଥା ବିଦ୍ୟାର୍ଥୀମାନେ ଓ ପ୍ରୟାସର ସଭାପତି ଚିରଞ୍ଜିବୀ ରେଡ୍ଡିଙ୍କ ସହିତ ସମ୍ପାଦକ ପ୍ରମୋଦ କୁମାର ମହାରଣା ତଥା ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ସହଯୋଗର ହାତ ବଢାଇଥିଲେ।

କଥା ପ୍ରସଙ୍ଗରେ ପ୍ରୟାସର ବିବେକାନନ୍ଦ ସ୍ବାଇଁ ତିନି ଦିନ ଧରି ଗାତ ଖୋଳା, ଖତ, ଗଛ ଆଣିବା କଥା ପ୍ରକାଶ କରିଥିଲେ। ଏଠାରେ ସ୍ମରଣ ରାଇଦିଆଯାଇପାରେ ଯେ, ପ୍ରୟାସର କର୍ମକର୍ତ୍ତା ଅନୁଦାନ ଦ୍ଵାରା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରି ଶିକ୍ଷା ଦେଉଛନ୍ତି।ଶୀତ ଦିନେ ବିଭିନ୍ନ ସ୍ଥାନକୁ ଯାଇ ଦୁଃଖୀ ରଙ୍କିଙ୍କୁ ଚିହ୍ନଟ କରି ଶୀତ ବସ୍ତ୍ର ପ୍ରଦାନ କରନ୍ତି। ବିଭିନ୍ନ ବିଦ୍ୟାଳୟମାନଙ୍କରେ ବୃକ୍ଷ ରୋପଣ କରି ଯତ୍ନ ନିଅନ୍ତି। ଗ୍ରୀଷ୍ମ ଋତୁରେ ଜଳଛତ୍ର, ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କରିଥାଆନ୍ତି। ପ୍ରୟାସର , ଏହିପରି ପ୍ରୟାସ ବର୍ଷ ତମାମ ଲାଗି ରହିଥାଏ। ଏପରି କାର୍ଯ୍ୟକୁ ଶ୍ରୀ ମିଶ୍ର ସାଧୁବାଦ ଜଣାଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page