ଓଡ଼ିଶାରେ ପ୍ରଧାନମନ୍ତ୍ରୀ, ୨୦ ହଜାର କୋଟିର ପ୍ରକଳ୍ପ ଦେଲେ ଭେଟି

୨୦ ହଜରା କୋଟି ପ୍ରକଳ୍ପରେ ରହିଛି କଣ…- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ I ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ I ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କରେସନ୍ ଲିମିଟେଡ୍ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ I ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ ୩୪୪ କିମି ପାଇପ୍ ଲାଇନର ଉଦଘାଟନ I ୧୬୨ କିମିର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣର ଉଦଘାଟନ I କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେନରୁ ଶୁଭାରମ୍ଭ I କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ I ଏହି ମାର୍ଗରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରିବ I ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ୟ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page