ଚିଲିକା,୨୯।୫:ଆଜି ନାଚୁଣୀ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ମହାପାତ୍ରଙ୍କୁ ସ୍ଥାନୀୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମ କର୍ତ୍ତାମାନେ ଭେଟି ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବାରୁ ସ୍ୱାଗତ କରିବା ସହ ଓ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଉକ୍ତ ସାକ୍ଷାତକାରରେ ବିଶ୍ୱହିନ୍ଦୁ ପରିଷଦ, ବାଣପୁର ପ୍ରଖଣ୍ଡର ସହ-ସମ୍ପାଦକ ଦିଲ୍ଲୀପ କୁମାର ବରାଳ, ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ଆଶୁତୋଷ ପାଢୀ, ବଜରଙ୍ଗ ଦଳ ବାଣପୁର ପ୍ରଖଣ୍ଡ ସହ-ସଂଯୋଜକ ସାଇ ଅମିତ ମହାପାତ୍ର, ବଜରଙ୍ଗ ଦଳ ନାଚୁଣୀ ଖଣ୍ଡ ସହ-ସଂଯୋଜକ ସିଦ୍ଧାନ୍ତ ମାଳି ଏବଂ ବଜରଙ୍ଗ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଂଗଠନ ପକ୍ଷରୁ ଥାନା ଅଧିକାରୀଙ୍କୁ ଆଞ୍ଚଳିକ ସମସ୍ୟା ଏବଂ ବିଶେଷ କରି ଗୋଚାଲାଣ ବିଷୟରେ ପ୍ରଶାସନର ଆବଶ୍ୟକୀୟ ସହଯୋଗ ପାଇଁ ଆଲୋଚନା କରିଥିଲେ। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନଙ୍କୁ ଥାନାଧିକାରୀ ଶ୍ରୀ ମହାପାତ୍ର ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି