ଶ୍ରୀ ଜୟଦେବ ଅନ୍ତଃରାଷ୍ଟ୍ରୀୟଓ଼ ପଦ୍ମାବତୀ ସମ୍ମାନ ପ୍ରଦାନ

ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମନମୋହିଲା ଦେଶ ବିଦେଶର ପ୍ରକ୍ଷାତ ଶିଳ୍ପୀଙ୍କ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଭୁବନେଶ୍ୱର ତା 10 ରିଖ l ନ୍ୟାସନେଲ କଲଚର ମିଶନ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ବା ଉଦଯାପନୀ ସନ୍ଧ୍ୟା ଆଜି ବୁଦ୍ଧ ମନ୍ଦିର ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜି ସନ୍ଧ୍ୟାରେ ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ଦେବଜାନି… Continue reading ଶ୍ରୀ ଜୟଦେବ ଅନ୍ତଃରାଷ୍ଟ୍ରୀୟଓ଼ ପଦ୍ମାବତୀ ସମ୍ମାନ ପ୍ରଦାନ

କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର

ଚିଲିକା,୧୦।୯ :ସାଗରଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟଙ୍କ ତତ୍ତ୍ବାବଧାନରେ ଗୁରୁବାର ଦିନ କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ରଶିକ୍ଷକ ରୂପେ ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟ, ସାଗରଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହଳଦୀପଦାର ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ଯୋଗ ଦେଇଥିଲେ। ପ୍ରଶିକ୍ଷାର୍ଥୀ ଭାବେ ଦଶଟି ବିଦ୍ୟାଳୟର… Continue reading କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର

ଯୌତୁକ ପ୍ରଥା ବିରୋଧରେ ସଚେତନତା ତାଲିମମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ

ଭବାନୀପାଟଣା, ୯/୯/୨୦୨୬ (ଜନ୍ମେଜୟ ନାଏକ):ସମାଜରୁ ଯୌତୁକ ପ୍ରଥା ଭଳି ଏକ ଗୁରୁତର ସାମାଜିକ କୁପ୍ରଥାର ମୂଳୋତ୍ପାଟନ ସହିତ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଆଇନଗତ ଅଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଷ୍ଟାଟିଷ୍ଟିକାଲ୍ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍‌ର… Continue reading ଯୌତୁକ ପ୍ରଥା ବିରୋଧରେ ସଚେତନତା ତାଲିମମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ

ବଉଳାବନ୍ଧରେ ଶ୍ରୀସତ୍ୟସାଇ ସଂଗଠନର ବାର୍ଷିକ ଉତ୍ସବ ପାଳିତ ।

ଚିଲିକା, ୯।୯:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଚଳିତ ବର୍ଷ ଶ୍ରୀ ସତ୍ୟସାଇ ଭଜନ କେନ୍ଦ୍ରର ଦ୍ୱିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଇ ଆଶ୍ରିତ ମାନଙ୍କ ଦ୍ଵାରା ବାବାଙ୍କ ଉଦ୍ଦେଶ୍ୟରେ ଭଜନ ଗାନ କରାଯାଇଥିଲା । ଏହାପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସାଇ ଜିଲ୍ଲା ସଂଗଠନର ସଭାପତି ଶ୍ରୀଯୁକ୍ତ ବ୍ରଜସୁନ୍ଦର… Continue reading ବଉଳାବନ୍ଧରେ ଶ୍ରୀସତ୍ୟସାଇ ସଂଗଠନର ବାର୍ଷିକ ଉତ୍ସବ ପାଳିତ ।

ଡିଜିପି ଚୟନ ପ୍ରକ୍ରିୟା ରେ ନୂଆ ମୋଡ଼

ଓଡ଼ିଶାରେ ପୂର୍ଣ୍ଣକାଳୀନ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚାଲିଥିବା ଆଇନଗତ ବିବାଦର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ କରିବେ। ଏହା ସହ ମାମଲାରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କ ଯୋଗଦାନ ନୂଆ ମୋଡ଼ ଆଣିଛି। ରିପୋର୍ଟ ଅନୁସାରେ, ସୁଶାନ୍ତ ନାଥ ନିଜ ଓକିଲଙ୍କ ମାଧ୍ୟମରେ ମାମଲାରେ ପକ୍ଷ ରଖିବା ପାଇଁ ସମୟ ମାଗିଛନ୍ତି। DGP ପଦ ପାଇଁ ପୂର୍ବରୁ ପ୍ରସ୍ତୁତ ତିନିଜଣିଆ ତାଲିକାରେ ତାଙ୍କ ନାମ… Continue reading ଡିଜିପି ଚୟନ ପ୍ରକ୍ରିୟା ରେ ନୂଆ ମୋଡ଼

ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତା

ଧର୍ମଗଡ ୮/୯: ଜନ୍ମେଜୟ ନାଏକଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ ଏଆରସି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସରକାରୀ ସେବା ଓ ସୁବିଧା ହାସଲ କରିଥିଲେ।ଶିବିରକୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ… Continue reading ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତା

ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବି

ପିଚୁ ରାସ୍ତା, ବିଶୁଦ୍ଧ ପାନୀୟଜଳ ଓ ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଗ୍ରାମବାସୀଙ୍କ ଦାବି; ଦାବି ପୂରଣ ନହେଲେ ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀଧର୍ମଗଡ଼:7/9/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ଥନଟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମର ପ୍ରମୁଖ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବି ନେଇ ମାଉସୀ ମା’ ମନ୍ଦିର ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଡିଓ ସଦାଶିବ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି… Continue reading ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବି

ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତାଧର୍ମଗଡ ୮/୯: (ଜନ୍ମେଜୟ ନାଏକ): ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ ଏଆରସି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ… Continue reading ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଚିଲିକା, ୮।୯:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମଙ୍ଗଳବାର ଦିନ ବୋଲଗଡ଼ ସଦର ମହକୁମା ସ୍ଥିତ ସରକାରୀ ପି.ଏମ.ଶ୍ରୀ.ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ଓ ସମ୍ମାନିତ ଅତିଥି ଭାବେ… Continue reading ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

ଧର୍ମଗଡ଼, ୭/୯/୨୦୨୬:(ଜନ୍ମେଜୟ ନାଏକ)ଧର୍ମଗଡ଼ ଅନ୍ତର୍ଗତ ଡୁମେରଗୁଡ଼ା ଠାରେ ମାଁ ବସ୍ତରେନ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ଅନନ୍ୟ ପ୍ରଚାରକ ତଥା ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଅମୂଲ୍ୟ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଦୀପକ କୁମାର ସୁନାନୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଦେବାର୍ଚନ ସେଠିଆ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର… Continue reading ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

You cannot copy content of this page