NEET UG 2026 ପେପର ଲିକ୍ ପରୀକ୍ଷା ବାତିଲ୍

ଉତ୍କଳ ବୁଲେଟିନ୍, ୧୩/୫: Priyabrata Barik: ପୁଣି ଥରେ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯେଉଁ ମାନେ ଡାକ୍ତର ହେବା ପାଇଁ ଆଶା ରଖିଥିଲେ, ଯେଉଁ ମାନେ ଡାକ୍ତର ହେବା ପାଇଁ NEET ପରୀକ୍ଷା ଦେଇଥିଲେ, ସେମାନଙ୍କର ଆଶା ଧୂଳିସାତ ହୋଇଯାଇଛ ।ଏବଂ ଅଭିଭାବକ ମାନଙ୍କ ମନରେ ଅନେକ କଷ୍ଟ ପାଇଛିନ୍ତି । ଯେଉଁ ମାନେ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ଦୁଃଖିତ ଅଛନ୍ତି। କାରଣ NEET ପରୀକ୍ଷା ପେପର ଲିକ୍ ଯୋଗୁ ପରୀକ୍ଷା କୁ NTA ବାତିଲ୍‌ କରିଦେଇଛି । କାରଣ ଗତ ମେ ମାସ ୩ ତାରିଖରେ NEET UG ପରୀକ୍ଷା ହୋଇଥିଲା ।ଭବିଷ୍ୟତରେ ଆଉ ଥରେ NEET ପରୀକ୍ଷା ହବା ପାଇଁ ଯାଉଛି । NEET ପରୀକ୍ଷା ସରି ଯାଇଥିଲା ପିଲା ମାନେ ଭାବୁଥିଲେ, ମୁଁ କେତେ ପ୍ରଶ୍ନ ର ଉତ୍ତର ଠିକ୍ ଦେଇଛି, ଏବଂ କେତେ ମାର୍କ ରହିବ,ଏଥର ମୁଁ NEET ପାଇବି ନା ନାହିଁ, କିନ୍ତୁ ପରୀକ୍ଷା ପେପର ଲିକ୍ ହେବା ଯୋଗୁ, ପିଲା ମାନଙ୍କ ସ୍ୱପ୍ନ ଚୁର୍ ମାର ହୋଇଯାଇଛି । ଯେଉଁ NEET ପରୀକ୍ଷା ପ୍ରଶ୍ନପତ୍ର କୁ Al ଭିଜ୍‌ଲାନସ୍ ଭିତରେ ରଖାଯାଏ,CCTV ଫୁଟେଜ୍‌ ଯାଞ୍ଚ କରାଯାଏ ଏବଂ ଅନେକ ଟେକ୍ନୋଲୋଜି ଭିତରେ ରଖାଯାଏ, କେମିତି ପେପର ଲିକ୍ ହେଲା ?ସେ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛ । କୋଟି କୋଟି ଟଙ୍କାର ଡିଲ୍ ହୋଇଛିI ଏବଂ କୋଟି କୋଟି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତକୁ ବାଜିରେ ଲଗେଇ ଦିଆଯାଇଛି ।

ପ୍ରତି ବର୍ଷ ୪୦ ଲକ୍ଷ ଲୋକ ଭାବନ୍ତି ଯେ ମୁଁ ଏଇ ବର୍ଷ ଡାକ୍ତର ହେଇଯିବି,ପ୍ରାୟ ୫୦ ଲକ୍ଷ ପିଲା ଲକ୍ଷ ଲକ୍ଷ କୋଟି କୋଟି ଖର୍ଚ୍ଚ କରି ମେଡିକାଲ ପ୍ରିପାରେସନ୍ କରନ୍ତି। ଡାକ୍ତର ହବାର ସ୍ୱପ୍ନ ଦେଖନ୍ତି । ମାତ୍ର କିଛ ହଜାର ପିଲା ମେଡିକାଲ୍ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ସେମାନଙ୍କ ମଧ୍ଯରୁ ପ୍ରାୟ ୩୮ ଲକ୍ଷ ପିଲାଙ୍କ ସ୍ୱପ୍ନ ଚୂରମାର ହୋଇଯାଏ । ଚଳିତ ବର୍ଷ ପ୍ରାୟ ୨୨ ଲକ୍ଷ ୨୯ ହଜାର ପିଲା NEET ପରୀକ୍ଷା ଦେଇଛନ୍ତି। ୫୫୧ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା, ଏବଂ ୧୪ ବିଦେଶୀ ସେଣ୍ଟର ମଧ୍ୟ ହୋଇଥିଲା ।କେମିତି ଥିଲା ପେପର ଲିକ୍ ? ଖବର ଆସିଲା ମେ ୭ ତାରିଖ ଦିନ ଯେଉଁ ଦିନ ଜଣା ପଡିଲା ଯେ ପରୀକ୍ଷା ପୂର୍ବ ଦିନ ଯେଉଁ PDF ଘୁରିବୁଲୁଥିଲା, ଯଉ PDF ରେ ସିଧାସଳଖ ଭାବରେ ସବୁ ପ୍ରଶ୍ନ ଏବଂ ଉତ୍ତର ଥିଲା । ଅର୍ଥାତ୍ ଆପଣ PDF ପାଇଲେ chemistry, biology, physics, zoology ପ୍ରଶ୍ନ ପାଇବେ ଏବଂ ଉତ୍ତର ପାଇ ପରୀକ୍ଷା ଆଉ ପରିଶ୍ରମ କରିବାକୁ ପଡିବ ନାହିଁ ।୭ ତାରିଖ ଏବଂ ୮ତାରିଖ ଦିନ ରାଜସ୍ଥାନରୁ ଲୋକ ମାନେ ଅଭିଯୋଗ କଲେ ଏମିତି ଏକ PDF ଘୁରିବୁଲୁଛି NEET ପରୀକ୍ଷା ପ୍ରଶ୍ନପତ୍ର ସହ ସମାନ ଅଛି। ଏହାକୁ ଯାଞ୍ଚ କରାଯାଉ । ରାଜସ୍ଥାନ SoG ଦ୍ଵାରା ଏହା ଯାଞ୍ଚ କରାଗଲା ଏବଂ NTA ଏହା ଜାଣିବାକୁ ପାଇଲା ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ସେଥିପାଇଁ NEET ପରୀକ୍ଷା କୁ ତୁରନ୍ତ ବାତିଲ କରିଦିଆଗଲା । ନାସିକ ରେ ପ୍ରଶ୍ନପତ୍ର ତିଆରି ହୋଇଥିଲା, ନାସିକରୁ ଗୁରଗାଓଁ, ଜୟପୁର, ସିକର, କେରଳ, ବିହାର ଏବଂ ଉତ୍ତର। ଖଣ୍ଡ ଯାଇଛି ଅର୍ଥାତ୍ ଯେଉଁ ଠାରେ ପ୍ରଶ୍ନପତ୍ର ତିଆରି ହୋଇଥିଲା ଦେଶର କୋଣ ଅନୁକୋଣ ସହରକୁ ଯାଇଛି ଏବଂ ଲକ୍ଷ ଲକ୍ଷ ଟଙ୍କା ରେ ଡିଲ୍ ହୋଇଛି ସେଥିପାଇଁ NTA ପରୀକ୍ଷା କୁ ବାତିଲ୍‌ କରିବା ପାଇଁ ପଦକ୍ଷେପ ନେଲା ।premium gues paper P D F ମାଧ୍ଯମରେ ୪୦୦ ପ୍ରଶ୍ନ ଏବଂ ଉତ୍ତର ର PDF, ଗୋଟିଏ ପ୍ରଶ୍ନପତ୍ର ୧ହଜାରରୁ ୨୮ ଲକ୍ଷ ପର୍ଯ୍ୟନ୍ତ ବିକ୍ରି ହୋଇଛି,ବଛା ବଛା ପିଲା କହିଛନ୍ତି, କୋଚିଂ ସେଣ୍ଟର ଓ ଦଲାଲଙ୍କ ଦ୍ୱାରା କିଣାଯାଇଛି PDF I ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ {ଉତ୍କଳ ବୁଲେଟିନ୍‌}

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page