ଡାକ୍ତରଙ୍କ ଆନ୍ଦୋଳନ: ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ

ବାଲିଅନ୍ତା,୨|୭(ଗୋବର୍ଦ୍ଧନ ଦାସ):ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ ପକ୍ଷରୁ ଡକାଯାଇଥିବା ଆନ୍ଦୋଳନରେ ଆଜି ଦ୍ଵିତୀୟ ଦିନରେ ରୋଗୀସେବା ବିଶେଷ ଭାବେ ପ୍ରଭାବିତ ହୋଇଛି l ଫଳରେ ଦୂରଦୁରାନ୍ତରୁ ଆସିଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି l ଯାହା ଆଜି ବାଲିଅନ୍ତା ବ୍ଲକର ସର୍ବପୁରାତ୍ତନ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି l ଡାକ୍ତର ମାନେ ୧0 ଦଫା ଦାବି ନେଇ ଭାରପ୍ରାପ୍ତ ସ୍ୱାସ୍ଥ୍ୟଅଧିକାରୀ ଡା. ଗାୟତ୍ରୀ ମିଶ୍ରଙ୍କୁ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲେ l… Continue reading ଡାକ୍ତରଙ୍କ ଆନ୍ଦୋଳନ: ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ

ଧଉଳି ଥାନା ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ବାଲିଅନ୍ତା,୧|୭(ଗୋବର୍ଦ୍ଧନ ଦାସ):ଯୁବଶକ୍ତି ହେଉଛି ସମସ୍ତ ଜାତିର ଶକ୍ତି ଓ ସମ୍ପଦ l ଯୁବକ ମାନେ ସୁସ୍ଥ ସମାଜ ଓ ଦେଶ ବିକାଶର ପ୍ରମୁଖ ସାରଥୀ l ତେଣୁ ଯୁବକଯୁବତୀ ମାନେ ନିଶାମୁକ୍ତ ଭାରତ ଅଭିଯାନ ସାମିଲ ହେବା ଅତ୍ୟାବଶ୍ୟକ l ଦେଶର ଏହି ଆହ୍ୱାନକୁ ସ୍ୱାଗତ ଜଣାଇ ଧଉଳି ଥାନା ପକ୍ଷରୁ “ନିଶାମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସମାଜ, ପରିବାର ଓ… Continue reading ଧଉଳି ଥାନା ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବାଲିଅନ୍ତା 1/07(ଗୋବର୍ଦ୍ଧନ ଦାସ)- ପ୍ରତାପ ଶାସନ ଡିଗ୍ରୀ କଲେଜର ବରିଷ୍ଠ ଅଧ୍ୟାପକ ତଥା ଇତିହାସ ବିଭାଗ ମୁଖ୍ୟ ଚିତ୍ରସେନ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ କଲେଜ ଛାତ୍ର ସଂସଦ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା | ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଗଙ୍ଗାଧର ରାଉତ ସଭାପତିତ୍ବ କରିଥିଲେ | କଲେଜର ଛାତ୍ରଛାତ୍ରୀ, ପୁରାତନ ଛାତ୍ରୀଙ୍କ ସମେତ ବରିଷ୍ଠ ଅଧ୍ୟାପକ ସମ୍ବିତ ମିଶ୍ର କଲେଜର… Continue reading ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ମହାନଦୀ ବଞ୍ଚାଓ ଆନ୍ଦୋଳନ

ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତରେ ବ୍ୟୟ ହୋଇଥିବା ୨.୪୧ କୋଟି ଟଙ୍କାର ସ୍ୱତନ୍ତ୍ର ଅଡିଟ୍ ଦାବି କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର, ୧ ଜୁଲାଇ ୨୦୨୬ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ନିକଟରେ ଏକ ବିସ୍ତୃତ ଜନସ୍ୱାର୍ଥ ସମ୍ବଳିତ ଦାବିପତ୍ର ଦାଖଲ କରାଯାଇଛି। ଏହି ଦାବି ପତ୍ରରେ ୨୬ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ ଅବସରରେ… Continue reading ମହାନଦୀ ବଞ୍ଚାଓ ଆନ୍ଦୋଳନ

୭୭ତମ ବନ ମହୋତ୍ସବ–୨୦୨୬ ପାଳିତ, ୨୦ରୁ ଅଧିକ ବୃକ୍ଷରୋପଣ

ବାଲିଅନ୍ତା,୧|୭(ଗୋବର୍ଦ୍ଧନ ଦାସ) :ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ, ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ଜୟଦେବ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସୁଦର୍ଶନ ଦାରୁ ପୀଠସ୍ଥିତ ମୋଦୀ ଅରଣ୍ୟ ବାଟିକାରେ ୭୭ତମ ବନ ମହୋତ୍ସବ–୨୦୨୬ ପାଳିତ ହୋଇଯାଇଛି। ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢାଲି ଯୋଗଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ… Continue reading ୭୭ତମ ବନ ମହୋତ୍ସବ–୨୦୨୬ ପାଳିତ, ୨୦ରୁ ଅଧିକ ବୃକ୍ଷରୋପଣ

ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତ

ଭୁବନ, (ବିମଳ କୁମାର ରଣା): ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତଭୁବନ, (ବିମଳ କୁମାର ରଣା): ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ପବିତ୍ର ସ୍ନାନ ଯାତ୍ରାରେ ସାରା ରାଜ୍ୟରେ ପାଳନ କରାଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୁର୍ତି ରତ୍ନ ସିଂହାସନ ଛାଡି ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଛନ୍ତି। ସ୍ୱୟଂ ଭଗବାନ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ମଣ୍ଡପରୁ ବାହାରି ସ୍ନାନ ବେଦୀକୁ… Continue reading ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତ

ବାଲିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଚିଲିକା, ୧।୭: ବାଣପୁର ବ୍ଲକ ଅନ୍ତର୍ଗତ ବାଲିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ୩୦ ତାରିଖ ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ମାନଙ୍କ ତରଫରୁ ଦିଆଯାଇଅଛି । ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସର୍ବ ପ୍ରଥମେ ଅବସର ନେଉଥିବ… Continue reading ବାଲିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଦେବସ୍ନାନ ପୁର୍ଣିମାରେ ଧଉଳି ପାଦଦେଶରେ ଓଆଇସିର ବୋଧିଦ୍ରୁମ ଆରତୀ ପବିତ୍ରତା ଏଵଂ ଆନନ୍ଦର ସହ ସମ୍ପନ୍ନ।

ବାଲିଅନ୍ତା,୩0/୦୬:ପ୍ରତି ମାସ ଭଳି ଚଳିତ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଥିବା ବୋଧିଦ୍ରୁମ ମୂଳରେ ଓଡିଶା ଇଣ୍ଟରନେସନାଲ ସେଣ୍ଟର(ଓଆଇସି)ତରଫରୁ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଆଇସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ସେଠାରେ ଥିବା ଅଶ୍ଵଥ ବୃକ୍ଷମୂଳେ ପୂଜାର୍ଚନା କରିଥିଲେ l ପରେ ନିକଟରେ ଥିବା ଭଗବାନ ବୁଦ୍ଧଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ l ଉଲ୍ଲେଖ ଯୋଗ୍ୟ ୨୦୧୬ ମସିହାରେ “ଓଆଇସି’ର ପ୍ରତିଷ୍ଠାତା ସ୍ବର୍ଗତଃ ପରେଶ ନାୟକ ବୌଦ୍ଧ ସନ୍ୟାସୀମାନଙ୍କ ଗହଣରେ… Continue reading ଦେବସ୍ନାନ ପୁର୍ଣିମାରେ ଧଉଳି ପାଦଦେଶରେ ଓଆଇସିର ବୋଧିଦ୍ରୁମ ଆରତୀ ପବିତ୍ରତା ଏଵଂ ଆନନ୍ଦର ସହ ସମ୍ପନ୍ନ।

ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 30 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ ବହି ବିଭ୍ରାଟ ଷଡ଼ଯନ୍ତ୍ର ବିଷୟରେ କହିଛନ୍ତି l ଏହି ଷଡ଼ଯନ୍ତ୍ରର ଏକ ମୁଖ୍ୟ  ଉତ୍ସ ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ବ୍ୟୁରୋ ବୋଲି ଅଭିଭାବକ ମହାସଙ୍ଘ ଅନ୍ୱେଷଣ କରି ଜାଣିବାକୁ ପାଇଛି । ତତ୍କାଳୀନ ନିର୍ଦେଶକ ମନୋଜ ପାଢ଼ୀ ଏହି ସଂସ୍ଥା କୁ ପ୍ରାୟ ୭ କୋଟି ଟଙ୍କା ମୂଲ୍ୟରେ ଟେଣ୍ଡର ଦେଇଛନ୍ତି l ଯେଉଁଠାରେ ପ୍ରାୟ ଏକ କୋଟି ଟଙ୍କାରୁ… Continue reading ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ

ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଚିଲିକା,୩୦ା ୬: ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶେଖ ମୁନିର ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।. ଗତ ମଇ ମାସ ୨୬ ତାରିଖରେ ଉକ୍ତ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ତେଣୁ ଆଜି ଶ୍ରୀମତୀ ମିଶ୍ରଙ୍କ ସ୍ଥାନାନ୍ତର ଜନିତ ଏବଂ ଶ୍ରୀ ମୁନିରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଲଗଡ଼… Continue reading ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

You cannot copy content of this page