ଭୁବନେଶ୍ୱର, ତା ୩୧.୧୦ ଓଡିଶାର ଅଧ୍ୟାତ୍ମ ଜଗତରେ ଜଣେ ପ୍ରତିଷ୍ଠିତ ନାମ ଶ୍ରୀମଦ୍ ବାବା ବଳିଆ । ନିଜର ସାଧନା ତଥା ସେବା ବଳରେ ଜନମାନସରେ ଜଣେ ସମାଜର ସୁଚିନ୍ତକ ଓ ସଂସ୍କାରକ ଭାବେ ସେ ସୁପରିଚିତ । ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କର ଦୀର୍ଘ ୫୦ ବର୍ଷର ଯାତ୍ରା ତାଙ୍କୁ ସାରା ଭାରତବର୍ଷରେ ଜଣେ ଦେଶପ୍ରେମୀ ଭାବରେ ଆଦୃତ କରାଇଛି । ସାପ କାମୁଡିଲେ ଯେତେବେଳେ ଅନ୍ୟମାନେ ଶିବ ମନ୍ଦିରକୁ ନେଇ ଯିବାର କଥା କୁହନ୍ତି ସେତିକି ବେଳେ ସେ କୁହନ୍ତି, ତୁରନ୍ତ ରୋଗୀକୁ ଡାକ୍ତରଖାନା ନେଇଯାଅ । ପ୍ରକୃତି ବନ୍ଧୁ ଭାବେ ଜୀବନକାଳ ମଧ୍ୟରେ ଅନୁ୍ୟନ ଲକ୍ଷାଧିକ ବୃକ୍ଷ ରୋପଣ କରି ଜନସାଧାରଣଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହେବା ସହ ରାଜ୍ୟ ପ୍ରଶାସନ ଦ୍ୱାରା ସେ ପ୍ରଶଂସିତ ହୋଇଛନ୍ତି । ସମାଜରେ ପତିହରା ବିଧବା ମା’ ମାନଙ୍କୁ ଯେତେବେଳେ ଶୁଭ କାର୍ଯ୍ୟରେ ବାରଣ କରାଯାଏ, ସେତିକିବେଳେ ସେ ସମାଜକୁ ଆହ୍ୱାନ ଦିଅନ୍ତି, ସମସ୍ତ ଶୁଭ କାର୍ଯ୍ୟ କରିବାର ଅଧିକାର ସେମାନଙ୍କର ଅଛି । ଭାରତ ବର୍ଷର ଗଣତନ୍ତ୍ରରେ ଯେତେବେଳେ କର୍ତ୍ତବ୍ୟ ବିମୁଖତା ଦେଖାଦିଏ ସେତେବେଳେ ସେ ମାସାଧିକ କାଳ ଗଣତନ୍ତ୍ର ସଚେତନତା ଯାତ୍ରା କରି ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ଦେଶବାସୀ ବିଶେଷକରି ଯୁବ ସମାଜକୁ ଆହ୍ୱାନ ଦିଅନ୍ତୁ । ଦେଶ ପାଇଁ ଚିନ୍ତା କରିବାକୁ ହେବ, ଏହା ତାଙ୍କର ଆଜି ପାଇଁ ଆହ୍ୱାନ ।
ଯେଉଁ ମାଟିର ପାଣି, ପବନ, ଫସଲରେ ଜୀବନ; ଯେଉଁ ବ୍ୟବସ୍ଥା ସୁରକ୍ଷା ଓ ନିରାପତ୍ତା ଯୋଗାଉଥିବା ଯୋଗୁ ଆମେ ନିରାପଦ-ଆମେ ଯଦି ସେଥିପ୍ରତି ଚିନ୍ତା ନକରୁ ତେବେ ଆମେ ସେ ମାଟିର ସନ୍ତାନ ବା ଦେଶର ନାଗରିକ କେମିତି ଦାବୀ କରିବା? ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଆଜି ମନୁଷ୍ୟକୃତ ବିପର୍ଯ୍ୟୟ କିଛି କମ୍ ନାହିଁ, ପରିବେଶ ପ୍ରଦୂଷଣ ଠୁ ମାନସିକ ପ୍ରଦୂଷଣ ମଧ୍ୟ ଆଜି ଯଥେଷ୍ଟ ବେଶୀ । ଜୀବନଯାପନର ଧାରା ଯଦି ବିଳାସତା ଓ ଅତ୍ୟଧିକ ପ୍ରାଚୁର୍ଯ୍ୟତାରେ ଭରିଯାଏ ତେବେ ପ୍ରାକୃତିକ ଭାରସାମ୍ୟତା ବିଗଡି ଯିବାଟା କିଛି ବିଚିତ୍ରତା ନୁହଁ । ସବୁ କଥାରେ ଏକୁ ଆରେକ ଦୋଷ ଫିଙ୍ଗାଫିଙ୍ଗି ହୋଇ ବସିଗଲେ ଚଳିବନି, କେତେକ କଥାରେ ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା ହେବାକୁ ହେବ । ପରିବାର ପାଇଁ, ପିଲାପିଲିଙ୍କ ପାଇଁ ଯେମିତି ଆମେ ଚିନ୍ତା କରୁଛେ, ଦେଶ ପାଇଁ ସେମିତି ଭାବିବାକୁ ହେବ; ନଚେତ ଏଡେ ସୁନ୍ଦର ବିଶ୍ୱଟା ଆମରି ଆଖି ଆଗରେ ଅଚିରେ ଧ୍ୱଂସ ପାଇଯିବ । ବଳିଆ ଜଣେ ସାଧାରଣ ମଣିଷ, ଦେଶ ପାଇଁ କିଛି ଚିନ୍ତା କରିଛି, ଭାବିଛି, ଆପଣ ମାନଙ୍କ ପାଖରେ ବ୍ୟକ୍ତ କରୁଛି-ବି•ର ଆପଣମାନେ କରିବେ । ଏଇଭଳି ଚିନ୍ତାଧାରାର ଜଣେ ସଂସ୍କାରବାଦୀ, ସର୍ବଧର୍ମ ସମନ୍ୱୟୀ ମହାପୁରୁଷ ଆଜି ଦେଶ ତଥା ଉତ୍ତର ପିଢ଼ିର ଭବିଷ୍ୟତ ପାଇଁ ଚିନ୍ତିତ । ତାଙ୍କର ନିବେଦନ ହେ ଭାରତ ବର୍ଷର ନାଗରିକଗଣ! ନିଜ ପାଇଁ ୨୪ ଘଣ୍ଟାରୁ ଯେତିକି ସମୟ ଦେଉଛ ତତ୍ସହିତ ଦେଶ ପାଇଁ ମାତ୍ର ପାଞ୍ଚ ମିନିଟ ଚିନ୍ତା କଲେ ଦେଶର ଭାଗ୍ୟ ଓ ଭବିଷ୍ୟତ ବଦଳିଯିବ । ଦୀର୍ଘ ଦିନ ଧରି ବାବାଙ୍କ ମନକୁ ଆନେ୍ଦାଳିତ କରୁଥିବା କେତେକ ବିଷୟକୁ ସେ ଆଜିର ସାମ୍ବାଦିକ ସମ୍ମିଳନୀରେ ଦେଶ ଆଗରେ ରଖିଛନ୍ତି । ଗଣତନ୍ତ୍ରରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ହେଲେ ହିଁ ତା ମଧ୍ୟରୁ ନିର୍ଯ୍ୟାସ ବାହାରିବ । ଆଜି ଶ୍ରୀମଦ୍ ବାବା ତାଙ୍କ ମନ ଭିତରେ ଦେଶ ଓ ସମାଜର ପରିବର୍ତ୍ତନ ପାଇଁ ଅନେକ ପ୍ରସଙ୍ଗରେ ନିଜର ମତ ଓ ମନ୍ତବ୍ୟ ରଖିଛନ୍ତି ।
୧. ସ୍ୱାଧୀନତା ଦିବସକୁ ‘ସ୍ୱାଧୀକାର ଦିବସ’ ଭାବେ ପାଳନ କରାଯାଉ, ୨. ବିରୋଧୀ ଦଳକୁ ‘ପ୍ରସ୍ତାବକ ଦଳ’ ଭାବେ ଉପସ୍ଥାପନ କରାଯାଉ, ୩. ଗୋ-ମାତାଙ୍କୁ “ଜାତୀୟ ପଶୁ’ର ମାନ୍ୟତା ପ୍ରଦାନ କରାଯାଉ, ୪. ଆଗକୁ ପୂର୍ଣ୍ଣ ପ୍ରଳୟ କଥାଟି ଅବାସ୍ତବ ମନେ ହେଉଥିଲେ ବି ଖଣ୍ଡ ପ୍ରଳୟ ହେବା ସୁନିଶ୍ଚିତ । ଏହା ବହୁ ଆଗରୁ ସମାଜକୁ ବଳିଆ ଜଣାଇଛି । ପ୍ରଳୟ ନାଆଁରେ ଭବିଷ୍ୟ ବକ୍ତାମାନଙ୍କ ହୋ-ହାଲ୍ଲାକୁ ଗଣମାଧ୍ୟମରେ ଅତ୍ୟଧିକ ପ୍ର•ର କରି ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରାନଯାଉ । ଯେଉଁମାନେ ପ୍ରଳୟ ଆସିବ ବୋଲି କହୁଛନ୍ତି, ସେମାନଙ୍କୁ ଏହାର ପ୍ରତିକାର ମଗାଯାଉ, ୫. ବୈଦୁ୍ୟତିକ ଗଣମାଧ୍ୟମ ବା ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତ ମାତାର ବନ୍ଦନା ସହ ଜାତୀୟ ସଙ୍ଗୀତ ପ୍ରତ୍ୟହ ରହୁ, ୬. ମଦ୍ରାସା, ମିଶନ୍ ସ୍କୁଲ, ମହାପୁରୁଷ ମାନଙ୍କ ନାମରେ ନାମିତ ଶିକ୍ଷାନୁଷ୍ଠାନ ତଥା ସମସ୍ତ ବିଦ୍ୟାଳୟର ପ୍ରାର୍ଥନା ସଭା ଜାତୀୟ ସଙ୍ଗୀତରୁ ଆରମ୍ଭ ହେଉ ଏବଂ ଏଥିରେ ଦେଶପ୍ରେମର ବାର୍ତ୍ତା ରହୁ, ୭. ଭିଡ଼ ହେଉଥିବା ଧର୍ମାନୁଷ୍ଠାନ ମାନଙ୍କ ନିକଟରେ ଶୌଚାଳୟର ବ୍ୟବସ୍ଥା କରିବା ସହ ତାହାର ସଫେଇ ପାଇଁ କର୍ମ•ରୀ ନିଯୁକ୍ତି କରାଯାଉ, ୮. ଧର୍ମପୀଠ ଗଢ଼ିବାରେ କଟକଣା ରହୁ, ପୀଠ ଗଢ଼ିବାର ଆଭିମୁଖ୍ୟ ସ୍ପଷ୍ଟ କରାଯାଉ ଏବଂ ଉପଯୁକ୍ତ ସରକାରୀ ଅନୁସନ୍ଧାନ ପରେ ଅନୁମତି ଦିଆଯାଉ, ୯. ଗୃହପାଳିତ ପଶୁମାନଙ୍କର ସୁରକ୍ଷା ପାଇଁ ଅତି ଶୀଘ୍ର ପଦକ୍ଷେପ ନିଆଯାଉ, ୧୦. ରାସ୍ତା ବା ଶିଳ୍ପ ନିର୍ମାଣରେ ଯେତିକି ଗଛ କଟା ଯାଉଛି ତାହାର ୧୦ ଗୁଣରୁ ଅଧିକ ଗଛ ଲଗାଯାଇ, ସେମାନଙ୍କର ବଞ୍ଚô ରହିବାର ବ୍ୟବସ୍ଥା କରାଯାଉ । ତା’ ନହେଲେ ଶିଳ୍ପ କିମ୍ବା ରାସ୍ତା ନିର୍ମାଣ ଅନୁମତି ନମିଳୁ, ୧୧. ହମ୍ପସ୍ ନିର୍ମାଣରେ ସ୍ୱତନ୍ତ୍ର ଆଇନ ଓ କଟକଣା ରହୁ, ୧୨. ନିଶାଡ଼ି •ଳକଙ୍କ ଯୋଗୁଁ ସାଧାରଣ ଜୀବନ ବିପର୍ଯ୍ୟସ୍ତ, ଏହାର ନିରାକରଣ ପାଇଁ ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ । ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବାବା ବିନମ୍ର ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅନନ୍ତ ବଳିଆ ଟ୍ରଷ୍ଟର ଟ୍ରଷ୍ଟି ବାବା ପ୍ରଣବାନନ୍ଦ ଦାସ, ଶିଶୁ ଅନନ୍ତ ଆଶ୍ରମର ବାବା ପରମାତ୍ମା ଦାସ, ବାବା ରାଧେଶ୍ୟାମ ଦାସ ଓ ବାବା ଶ୍ରୀବାସ ଦାସ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିକ୍ରମ ପରିଜା, ମନୋଜ ମହାପାତ୍ର, ସମୀକ୍ଷା ମିଶ୍ର, ଦୀପକ ମହାପାତ୍ର, ଅରବିନ୍ଦ ତ୍ରିପାଠୀ, ପ୍ରମୋଦ ମହାପାତ୍ର ପ୍ରମୁଖ ପରି•ଳନା କରିଥିଲେ । ପ୍ରାରମ୍ଭରେ ଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠ ବ୍ରହ୍ମ•ରୀମାନେ ବେଦପାଠ କରିଥିଲେ ।
ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶପାଇଁପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ ।ଜାଗ ଓ ଦେଶ ପାଇଁ ଭାବ : ବାବା ବଳିଆ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ
ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ବଡ଼କୁଳ ହାଇସ୍କୁଲରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନା
ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ
ବାଲୁଗାଁ,: ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ବାଲୁଗାଁ ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା
ପୋଲିସ ପୋଷାକ ପଛରେ ମା’ ର ମମତା: କଅଁଳ ଶିଶୁକୁ ଛାତିରେ ଧରି ଜୀବନ ବଞ୍ଚାଇଲେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ
ବାଲୁଗାଁ, ପୋଲିସ ହେଲେ ବି ମା' ପ୍ରଥମେ - ଏଭଳି ମାନବିକତା ଦେଖାଇଲେ ବାଲୁଗାଁ ଥାନା ଅଧିକାରିଣୀ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ କଲ୍ୟାଣ ମଣ୍ଡପ ସାମ୍ନାରେ
ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶପାଇଁପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ ।ଜାଗ ଓ ଦେଶ ପାଇଁ ଭାବ : ବାବା ବଳିଆ
ଭୁବନେଶ୍ୱର, ତା ୩୧.୧୦ ଓଡିଶାର ଅଧ୍ୟାତ୍ମ ଜଗତରେ ଜଣେ ପ୍ରତିଷ୍ଠିତ ନାମ ଶ୍ରୀମଦ୍ ବାବା ବଳିଆ । ନିଜର ସାଧନା ତଥା ସେବା ବଳରେ ଜନମାନସରେ ଜଣେ
ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ବିଷ୍ଣୁ ମେଳନ
ବାଲୁଗାଁ, ପରମ୍ପରା ଅନୁଯାୟୀ ମା' ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ବାଲୁଗାଁ ପାଟଣା ସାହିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଶନିବାର ଦିନ ବିଷ୍ଣୁ ମିଳନ ମହୋତ୍ସବ ଅନୁଷ୍ଠିତ
ରାଷ୍ଟ୍ରୀୟ ଏକତା ଦିବସରେ ବାଲୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ
ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପରିସରରେ ଏହି
ବେଗୁନିଆ ମଣ୍ଡଳ ଶିଶୁ ମହୋତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା,୨୯ ।୧୦:ଆସନ୍ତା ୪ତାରିଖ ବୁଧବାର ଦିନ ପିଏମଶ୍ରୀ ଗୋପବନ୍ଧୁ ସରକାରୀଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବେଗୁନିଆ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନିମିତ୍ତ ଗୁରୁବାର ଦିନ
ବିଶିଷ୍ଟ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପାଳିତା
ଖୋର୍ଦ୍ଧା,୨୯ ।୧୦:ବାଣପୁର ଅଞ୍ଚଳର ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂସ୍ପର୍ଶରେ ଆସି ଅବିଭକ୍ତ ବାଣପୁର (ପାରିକୁଦ ଠାରୁ ଆରମ୍ଭ କରି ବାଣପୁର ଓ ରାମେଶ୍ୱର ପର୍ଯ୍ୟନ୍ତ ଏକଦା
ନାଚୁଣୀ କଲେଜରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ।
ଖୋର୍ଦ୍ଧା,୨୯ ।୧୦: ନାଚୁଣୀ ମହାବିଦ୍ୟାଳୟଠାରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ
ମଣ୍ଡଳ ସ୍ତରୀୟ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଙ୍ଗ କମିଟି ଦ୍ୱାରା ମୂଲ୍ୟାୟନ ।
ଖୋର୍ଦ୍ଧା,୨୮।୧୦:ବିଦ୍ୟାଳୟ ସାମଗ୍ରିକ ବିକାଶ, ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା
କର୍କଟ ପୀଡିତ ଶିବସୁନ୍ଦରଙ୍କୁ ସହାୟତା ପାଇଁ ନିବେଦନ
କେଉଁଝର /ହାଟଡ଼ିହି ତା 28/10/26 କେଉଁଝର ଜିଲ୍ଲା ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ଯଶୋବନ୍ତପୁର ଗ୍ରାମ ବାସିନ୍ଦା ଶିବ ସୁନ୍ଦର ଜେନା ଘାତକ କର୍କଟ ରୋଗରେ ପୀଡିତ l
ହାପି ମୋମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ବିଭିନ୍ନ କ୍ଷେତ୍ରର ପ୍ରତିଭାଧରଙ୍କୁ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ପ୍ରଦାନ ଜୁହାର ଓଡିଶା ଦିବସ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ l
l ଭୁବନେଶ୍ୱର, ୨୮/୧୦, ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପକ୍ଷରୁ ୧୪ତମ ‘ଜୁହାର ଓଡ଼ିଶା ଦିବସ’ ପାଳନ ଅବସରରେ ‘ପ୍ରତିଭା ଉତ୍ସବ–୨୦୨୬’ ଏବଂ ‘ଭାରତ
କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ
କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ ହୋଇଯାଇଛି ମେହେନ୍ଦି ଓ ଅଳତା ଲଗା ପ୍ରତିଯୋଗିତା
ସୀଏଚଏସଏଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗୀରକୁ 5 ପଦକ
ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଡୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସୀଏଚଏସଏଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବଲାଙ୍ଗୀର ଜିଲ୍ଲା
ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ |
ବୋଲଗଡ଼, ୨୭/୧୦: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ସମସ୍ତ ବିଦ୍ୟାଳୟ ଦଶହରା ଅବକାଶ ପରେ ମଙ୍ଗଳବାର ଦିନ ଖୋଲୁଥିବା ପରିପ୍ରେକ୍ଷୀରେ
୭୫ତମ ନାଟକ ପରିବେଷିତ
ଖୋର୍ଦ୍ଧା/ବୋଲଗଡ - ୨୭/୧୦/୨୬ : ଜୟହିନ୍ଦ୍ କ୍ଲବ ଆନୁକୂଲ୍ୟରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମା’ ରାମ ଚଣ୍ଡୀ ନାଟ୍ୟ ସଂସଦର ୭୫ତମ ନାଟକ, ଗ୍ରାମ-ଯୋଡାପଡା ଓ ନୀଳକଣ୍ଠପୁର
ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର ତା 27/10/26ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଓ ଆଲୋଚନା ଚକ୍ର ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଶିବ ନାରାୟଣ
ଗୁରୁଙ୍କୁ ନାରାୟଣ ଭାବେ ଗ୍ରହଣ କରିବାକୁ ହେବ : ସ୍ୱାମୀ ବ୍ରହ୍ମାନନ୍ଦଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଅନୁଭୂତିରେ ବାବା ବୈକୁଣ୍ଠନାଥ ଲୋକାର୍ପିତଡଃ ଜ୍ଞାନେନ୍ଦ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ
ଭୁବନେଶ୍ୱର, ୨୬.୧୦ : ଭୁବନେଶ୍ୱରସ୍ଥିତ ଏକାମ୍ର ସତ୍ୟସେବାଶ୍ରମ ବୈକୁଣ୍ଠ ସରଣୀ ପକ୍ଷରୁ ସୋମବାର ପୂର୍ବର୍ାହ୍ନରେ ଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ରଚିତ ‘ଅନୁଭୂତିରେ ବାବା ବୈକୁଣ୍ଠନାଥ’ ପୁସ୍ତକର
ବାର୍ କାଉନସିଲ ସଦସ୍ୟ ଆଇନଜୀବୀ ଜ୍ଞାନ ମହାନ୍ତିଙ୍କ ବିୟୋଗ, ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ସମେତ ଶତାଧିକ ବାର୍ରଶୋକ।
ଭୁବନେଶ୍ୱର - 26/10 ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ପୂର୍ବତନ ସଭାପତି ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଆଇନଜୀବୀ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତିଙ୍କର ଆଜି ସକାଳେ
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଖୋର୍ଦ୍ଧା,୨୬ ।୧୦:ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୪୦ ତମ ଜୟନ୍ତୀ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ