ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ

ବାଲୁଗାଁ,: ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ବାଲୁଗାଁ ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଜବତ କରିଛି।ସୂଚନା ଅନୁଯାୟୀ, ବାଲୁଗାଁ ଥାନା କେସ ନଂ ୧୨୩/୨୬, ତା ୦୧.୦୪.୨୬, ଧାରା ୩୩୧(୪)/୩୦୫(ଏ) BNS ରେ ଏକ ବର୍ଗଲାରୀ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରି ବାଲୁଗାଁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଚୋରୀ ହୋଇଥିବା ଗୋଟିଏ ଗ୍ୟାସ ସିଲିଣ୍ଡର ଏବଂ ଦୋକାନର ଅନ୍ୟାନ୍ୟ ବାସନ କୁସନ ଜବତ ହୋଇଛି।ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି
ଟିଟୁ,ରମେଶ ଦାସ (୨୨), ପିତା- ଭଗିଆ @ ଭାଗୀରଥି ଦାସ, ଚନ୍ଦ୍ରାପୁଟ, ବାଲୁଗାଁ, ଖୋର୍ଦ୍ଧା
ଏବଂ ଶୁଭମ ସ୍ୱାଇଁ (୨୦), ପିତା- ବାବୁଲାଲ ସ୍ୱାଇଁ, ଗଙ୍ଗାପୁର, ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି।ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page