ପୋଲିସ ପୋଷାକ ପଛରେ ମା’ ର ମମତା: କଅଁଳ ଶିଶୁକୁ ଛାତିରେ ଧରି ଜୀବନ ବଞ୍ଚାଇଲେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ

ବାଲୁଗାଁ, ପୋଲିସ ହେଲେ ବି ମା’ ପ୍ରଥମେ – ଏଭଳି ମାନବିକତା ଦେଖାଇଲେ ବାଲୁଗାଁ ଥାନା ଅଧିକାରିଣୀ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ କଲ୍ୟାଣ ମଣ୍ଡପ ସାମ୍ନାରେ ଜଣେ ମହିଳା ତିନି-ଚାରି ମାସର କଅଁଳ ଶିଶୁକୁ ଧରି ନିଶାସକ୍ତ ହୋଇ ବେହୋସ ଅବସ୍ଥାରେ ପଡ଼ି ରହିଥିଲେ। ପାଖରେ ଅସହାୟ ଭାବେ ପଡ଼ି କାନ୍ଦୁଥିଲା ତିନି-ଚାରି ମାସର ଛୋଟ ଶିଶୁଟି।ସେହି ସମୟରେ ସେହି ରାସ୍ତା ଦେଇ ବାଲୁଗାଁ ଥାନା ଆଇଆଇସି ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ। ନିଜ ପୋଲିସ ପଦବୀକୁ ପଛରେ ପକାଇ ଜଣେ ମା’ ଭାବେ ସେ ଧାଇଁ ଆସି କଅଁଳ ଶିଶୁଟିକୁ କୋଳକୁ ନେଇ ଉଦ୍ଧାର କରିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇ ନିଶାସକ୍ତ ମହିଳା ଓ ଶିଶୁ ଉଭୟଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ।IIC ଙ୍କ ଏଭଳି ମା’ ର ମମତା ଭରା କାର୍ଯ୍ୟକୁ ବାଲୁଗାଁ ଅଞ୍ଚଳରେ ସମସ୍ତେ ପ୍ରଶଂସାର ସୁଅ ଛୁଟିଛି। ଘଟଣା ସ୍ଥଳରେ ଥାନାର କର୍ମଚାରୀଙ୍କ ସମେତ ଥାନାର SI ,ASI ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page