ବାଲୁଗାଁ -* ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି କରାଯାଇଛି। ଏହି କ୍ରମରେ ବାଲୁଗାଁ ଥାନାରେ ନୂଆ ଭାବେ ଜଣେ ଏଏସ୍ଆଇ ଆଉ ଏସ୍ଆଇ ଯୋଗ ଦେବେ। ନୂତନ ଭାବେ SI ଜଗନ୍ନାଥ ସେଠୀ ଏବଂ ଏସ୍ଆଇ ଭଗବାନ ନାୟକ ବାଲୁଗାଁ ଥାନାରେ ଯୋଗ ଦେବେ। ସୂଚନା ଅନୁଯାୟୀ, ଶ୍ରୀ ନାୟକ ପୂର୍ବରୁ ଜଙ୍କିଆ ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ।ଖାଲି ପଦବୀ, ପ୍ରଶାସନିକ ଆବଶ୍ୟକତା ଓ ଜନସେବାକୁ ଦୃଷ୍ଟିରେ ରଖି ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ଏହି ଅଦଳବଦଳ କରାଯାଇଛି। ଏହି କ୍ରମରେ ବିଭିନ୍ନ ଥାନାରେ ନୂତନ ୯ ଜଣ ଏସ୍ଆଇଙ୍କୁ ପୋଷ୍ଟିଂ ଦିଆଯାଇଥିବା ବେଳେ, ଅନ୍ୟ ଏକ ଆଦେଶରେ ୧୨ ଜଣ ଏସ୍ଆଇ/ଏଏସ୍ଆଇଙ୍କ ବଦଳି-ପୋଷ୍ଟିଂ ହୋଇଛି।ଖୋର୍ଦ୍ଧା ମଡେଲ ଥାନା, ସଦର, ବେଗୁନିଆ, ବୋଲଗଡ଼, ଜଙ୍କିଆ, ଟାଙ୍ଗୀ, ବାଲୁଗାଁ, ବାଣପୁର, ନାଚୁଣୀ, ନିରାକାରପୁର ସମେତ ୧୦ଟି ଥାନାରେ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ମିଳିଛି। ସେପ୍ଟେମ୍ବର ୧୧ରେ ଜାରି ହୋଇଥିବା ଆଦେଶ ପରେ ଖୋର୍ଦ୍ଧା ପୋଲିସ ବିଭାଗରେ ଏହି ବଡ଼ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଦିତ୍ୟ ନାରାୟଣ ବେହେରା ବାଲୁଗାଁ ପ୍ରତିନିଧି