ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ

ବାଲିଅନ୍ତା,୨0|୪():ବାଳକାଟି ହୀରାପୁର ସ୍ଥିତ ଗଡକଣ୍ଟୁଣିଆ ଠାରେ ଆବିର୍ଭୁତ ଚକ୍ରରାଜ ସୁଦର୍ଶନ ଦାରୁ ପୀଠ ଠାରେ ଆଜିଠାରୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ୫୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ପୁଣ୍ୟତୋୟା କୁଆଖାଇ ନଦୀରୁ ପୂର୍ଣ୍ଣାହୁତି ପାଇଁ ଜଳ ସଂଗ୍ରହ କରିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁଙ୍କ ହୁଳହୁଳି ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଏହି ଉତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ରୀତିନୀତି ଅନୁଯାୟୀ ବିଭିନ୍ନ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୪ ତାରିଖରେ ଦାରୁ ବିଗ୍ରହ /ଚତୁର୍ଦ୍ଧାମୂର୍ତ୍ତି ମାନଙ୍କର ରତ୍ନ ସିଂହାସନ ବିଜେ ସହିତ ପାର୍ଶ୍ଵ ଦେବାଦେବୀଙ୍କ ସ୍ଥାପନା କରାଯିବା ସହ ପୂର୍ଣ୍ଣାହୁତି କରାଯିବ । ଅନ୍ୟପଟେ ଆଜିର ଏହି ପବିତ୍ର ଦିନରେ ଆଗାମୀ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ଆଜି ରଥିଜେମା ସ୍ଥିତ ମା’ଭଗବତୀ ମନ୍ଦିର ନିକଟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page