ଗଦି ଦୋକାନରେ ନିଆଁ ଲାଗି ୩ ଦୋକାନ ଧୁଂସ

କଳାହାଣ୍ଡି,୨୦ା୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଗଦିରେ ନିଆଁ ଲାଗି ଯିବାରୁ ନିଆଁର ବେଗ ପ୍ରଖର ହୋଇଯାଇଥିଲା। ଖବର ପାଇ ଭବାନୀପାଟଣା ଅଗ୍ନିଶମ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହଯୋଗୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ହଠାତ୍‌ ନିଆଁ ଲାଗିବାରୁ ସ୍ଥାନୀୟ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି କେତେ କ୍ଷୟକ୍ଷତି ହୋଇଛି ଖବର ଲେଖା ଯାଏ ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣାପଡ଼ିନାହିଁ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page