ଚିଲିକା, ୧୨।୯:ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ଜଟଣୀ ବ୍ଲକ କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ମିଳିଛି। ଜିଲ୍ଲା ଅନ୍ତର୍ଗତ ୯ ଟି ବିଦ୍ୟାଳୟ ଏହି ପ୍ରତିଯୋଗିତା ରେ ଯୋଗ ଦେଇଥିବା ବେଳେ ଚିଲିକା ବ୍ଲକ ଅନ୍ତର୍ଗତ ଶ୍ରୀ ଲୋକନାଥ ଦେବମାନସିଂହ ବିଦ୍ୟାପୀଠ, ବିରିବାଡ଼ି ର ଛାତ୍ର ତନ୍ମୟ ବିଶ୍ୱାଳ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ ଏହି ବିଦ୍ୟାଳୟ ପରିବେଷିତ କରିଥିବା ନାଟକ “ସାଗର ର ଆହ୍ୱାନ”କୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର ମିଳିଛି।ଖୋର୍ଦ୍ଧାଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଏବଂ ମୁଖ୍ୟ ବିଚାରକ ଭାବେ ଯୋଗ ଦେଇଥିବା ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ହାତରୁ ଅଭିନେତା ତନ୍ମୟ ବିଶ୍ୱାଳ ଏବଂ ମୀନାବାଇ ପ୍ରଧାନ ପ୍ରମାଣ ପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି। ଏହି କୃତି ପାଇଁ ବିରିବାଡ଼ି ଶ୍ରୀ ଲୋକନାଥ ଦେବ ମାନସିଂହ ର ପ୍ରଧାନ ଶିକ୍ଷକ କୁନା ମହତ୍ୱ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି