ନାଗାଯାତ୍ରା ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା ୧୨/୦୫ :- ବାଳକାଟି ସ୍ତାନୀୟ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀମଦନ ମୋହନ ଦେବଙ୍କ ଚନ୍ଦନ ନୀତି ଶେଷ ହେବା ସହିତ ନାଗା ଯାତ୍ରା ମଙ୍ଗଳବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ପ୍ରଥମେ ଏହି ଯାତ୍ରା ରେ ବ୍ୟବହୃତ ଖଣ୍ଡ, ଠେଙ୍ଗା, କାଠ ବନ୍ଦୁକ, ଆଦି ଅନେକ ଅସ୍ତ୍ର ଶାସ୍ତ୍ର ପୂଜା ହେବା ପରେ ମହୁରୀ ଏବଂ ତାଳମୁଳି, ଦୁଲଦୁଲି ବାଜାର ମିଶ୍ରଣ ଶବ୍ଦରେ ଦୁଲୁକି ଉଠୁ ଉଠୁଥିଲା ଗାଁଦାଣ୍ଡ । ପାରମ୍ପରିକ ଶୈଳୀରେ ଦୁଇଜଣ ବ୍ଯକ୍ତି ନାଗା ବେଶ ହୋଇ ବାଜା, ମହୁରୀ ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମ ଯୁବକ ଏହି ନାଗା ନାଚର ପରମ୍ପରା କୁ ବଞ୍ଚାଇ ରଖିଛନ୍ତି । ଖଣ୍ଡାଖେଳ, ବାଡିବୁଲାଖେଳ, ନିଆଁ ଖେଳ ଆଦିପ୍ରଦର୍ଶନ କରାଯାଇଥିଲା । ପରେ ଏହିନାଗା ନାଚ ଗ୍ରାମର ଆଖପାଖ ଅଞ୍ଚଳରେ ପରିକ୍ରମା କରିଥିଲେ । ପ୍ରାପ୍ତସୂଚନା ଅନୁଯାୟୀ ଏହି ନାଗା ଯାତ୍ରା କାହିଁ କେଉଁ ପୂର୍ବପୁରୁଷଙ୍କ ଦ୍ବାରା ପ୍ରଚଳିତ ପରମ୍ପରା ।

ଚାରିଦେଶ ର ଆରଧ୍ୟ ମାତା ପାର୍ବତୀଙ୍କୁ ଧରି ଚାପ ଖେଳୁଛନ୍ତି ବାବାଶ୍ରୀ ଶ୍ରୀ ସ୍ଵପ୍ନେଶ୍ୱର ଠାକୁରଙ୍କ ଏହି ନୀତିକ୍ରାନ୍ତି ୨୧ ଦିନ ଧରି ଚାଲିଥିଲା। ଆଜି ୨୨ ଦିନରେ ଅନୁରୂପ ଭାବେ ଠାକୁରଙ୍କୁ ପାଲିଙ୍କିରେ ଆଣି ଚନ୍ଦନପୋଖରୀରେ ଚାପ ଖେଳ ପରେ ଭଇଁରୀ ଖେଳ ଶେଷ ପରେ ଚନ୍ଦନ ଗୃହରେ ରୁହନ୍ତି । ପରଦିନ ପ୍ରାତଃରୁ ଠାକୁରଙ୍କ ଦୈନନ୍ଦିନ ନୀତିକ୍ରାନ୍ତ ପରେ ରାତିରେ ଚନ୍ଦନ ଗୃହରୁ ଠାକୁରଙ୍କୁ ପାଲିଙ୍କିରେ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରନ୍ତି । ଯାହାକୁ ନାଗାଜାତ ବା ହଳଦୀପାଣି ଯାତ କୁହନ୍ତି । ଏହି ଯାତ୍ରା ଶେଷରେ ଠାକୁର ସ୍ୱମନ୍ଦିରରେ ପ୍ରସ୍ଥାନ କରନ୍ତି । ଠାକୁରଙ୍କ ଏହି ଉତ୍ସବ ଦେଖୁବା ନିମନ୍ତେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହୋଇଥାଏ Iସେହିପରି ଦୋପଟି ସାହି, ମାହାଲ ସାହି, ରଙ୍ଗଣି ସାହି, ରଥିଯେମା ତିରିଘର, ଆଶି ଘର ଗ୍ରାମ ରେ ନିଜ ନିଜ ଆରାଧ୍ୟ ଙ୍କ ଚନ୍ଦନ ଯାତ୍ରା ଓ ନାଗା ଯାତ୍ରା ବହୁ ଆଡମ୍ବର ରେ ପାଳିତ ହୋଇ ଯାଇଛି।କେତେକ ବ୍ୟକ୍ତିଙ୍କ ମତାମତ ଅନୁଯାୟୀ ଆଗାମୀ ଭବିଷ୍ୟତ ପାଇଁ ଆଜିର ଯୁବପିଢି ଏହ ଏହି ପରମ୍ପର ମ୍ପରା କୁ ବଞ୍ଚାଇରଖିବା ଆବଶ୍ୟକୀୟ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page