ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।

ବାଲିଅନ୍ତା, ୧୨/୦୮ (ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଜୁଲାଇ ୩୧ ତାରିଖଠାରୁ ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନରେ ଇକୋସେଭର୍ସ ୟୁଥ୍ ନେଟୱାର୍କର ସଦସ୍ୟ, କିଶୋର-କିଶୋରୀ, ମହିଳା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କର ସକ୍ରିୟ ଅଂଶଗ୍ରହଣରେ ବିଭିନ୍ନ ସ୍ଥାନରେ ପ୍ରାୟ ୨,୦୦୦ ଚାରା ରୋପଣ କରାଯାଇଛି।ବିଦ୍ୟାଳୟ, ଗ୍ରାମ, ରାସ୍ତାପାଖ, ଅଙ୍ଗନବାଡି ଆଦି ସ୍ଥାନରେ ଫଳ ଗଛ, ଔଷଧୀୟ ଉଭିଦ ଓ ପରିବେଶ ପାଇଁ ଉପକାରୀ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି ଚାରାଗୁଡ଼ିକର ଉତ୍ତମ ବୃଦ୍ଧି ଓ ବଞ୍ଚିବା ପାଇଁ ନିୟମିତ ପାଣି ଦେବା, ଉପଯୁକ୍ତ ଯତ୍ନ ନେବା ଏବଂ ସୁରକ୍ଷା ପ୍ରଦାନ କରିବାର ଗୁରୁତ୍ବ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା I ଏହି ପଦକ୍ଷେପ ସମ୍ପର୍କରେ ପିକକ୍ ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି କହିଛନ୍ତି, “ବୃକ୍ଷରୋପଣ କେବଳ ଚାରା ଲଗାଇବା ନୁହେଁ, ଏହା ଆମ ପରିବେଶର ସୁରକ୍ଷା ଏବଂ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିବାର ଦାୟିତ୍ଵ ନେବା ।”ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବରରୁ ଇକୋସେଭର୍ସ ୟୁଥ୍ ନେଟୱାର୍କର ସଦସ୍ୟମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ପରିବେଶ ସଂରକ୍ଷଣ ପାଇଁ ଗୋଷ୍ଠୀର ସଦସ୍ୟମାନଙ୍କୁ ଅଧିକ ଦାୟିତ୍ବଶୀଳ ହେବାକୁ ଉତ୍ସାହିତ କରିଥିଲେ । ସେମାନେ ଗଛର ଗୁରୁତ୍ବ, ଜଳବାୟୁ ପଦକ୍ଷେପ ଏବଂ ପରିଷ୍କାର ଓ ସବୁଜ ପରିବେଶ ବଜାୟ ରଖୁବା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରି ଥିଲେ Iଏହି ଅଭିଯାନ ମାଧ୍ଯମରେ ଅଂଶଗ୍ରହଣକାରୀ ମାନଙ୍କୁ “ଗଛ ଲଗାନ୍ତୁ, ଗଛକୁ ସୁରକ୍ଷା କରନ୍ତୁ ” ବାର୍ଭାକୁ ଅନୁସରଣ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା Iପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି କ‌ହିଛନ୍ତି, ” ୨,୦୦୦ ଚାରା ରୋପଣ ଏକ ସବୁଜ ଓ ସୁସ୍ଥ ସମୁଦାୟ ଗଠନ ଦିଗରେ ଏକ ଉପ‌ଯୋଗୀ ପଦକ୍ଷେପ ।” ଏହି କାର୍ଯ୍ୟକ୍ରମକୁ ପିକକ୍ ର ରଶ୍ମିରେଖା ସାହୁ, ଅଙ୍କିତା ବାରିକ, ଉପମା ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର ଏବଂ ବାମଦେବ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page