ବାଚସ୍ପତିଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ସ୍ମାରକୀ ପ୍ରଦାନ


ରଣପୁର: ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ରଣପୁର ଠାରେ ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଆଗ୍ରହ ପ୍ରକାଶ କରିଥିଲେ। ସେହି କ୍ରମରେ ସଂଘ ପକ୍ଷରୁ‌ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଉପସଭାପତି ହୃଷୀକେଶ ମହାନ୍ତି, ଗଣମାଧ୍ୟମ ସଂଯୋଜକ ପବିତ୍ର ମହାରଥା ବାଚସ୍ପତିଙ୍କୁ ବିଧାନସଭା କାର୍ଯ୍ୟାଳୟରେ ଭେଟି ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଶେଷକରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସରକାରୀ ଅଧିକାରୀ ସାମ୍ବାଦିକଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା, ଗୋପବନ୍ଧୁ ସ୍ୱା‌ସ୍ଥବୀମା ଅନ୍ତର୍ଗତ ହିତାଧିକାରୀଙ୍କୁ ପେନସନ୍ ପ୍ରଦାନ, ପ୍ରଚଳିତ ସ୍ଵାସ୍ଥ୍ୟବୀମାରେ ପିତାମାତା ଓ ପଚିଶ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନ ସନ୍ତତିଙ୍କୁ ସାମିଲ ଓ ପ୍ରେସର ଏକାଡେମୀ ଗଠନ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page