ସମର୍ପିତ, ନିଷ୍ଠାପର ପୁଜ୍ୟପୂଜା ବ୍ୟକ୍ତିତ୍ୱ ଭାବେ ବ୍ରଜଭାଇ ଚିରସ୍ମରଣୀୟ ରହିବେ / ରାଜଧାନୀରେ ଶହୀଦ ରଘୁ-ଦିବାକାରଙ୍କ ଭବ୍ୟ ପ୍ରତିମୂ ର୍ି ପାଇଁ ପ୍ରୟାସ ହେବ

ଭୁବନେଶ୍ୱର ତା:୨୬/୦୫/୨୬ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ” ପକ୍ଷରୁ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ଦିବାକର ପରିଡ଼ାଙ୍କ ସୁଯୋଗ୍ୟ ଦାୟାଦ, ସମର୍ପିତ ସରଳ, ନିଷ୍ଠାପର, ଦକ୍ଷ ସଂଗଠକ ତଥା ରଣଭୂଇଁ ସମ୍ପାଦକ ସ୍ୱର୍ଗତ ବ୍ରଜବନ୍ଧୁ ପରିଡ଼ାଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଭାପତି ଭାବେ ବରିଷ୍ଠ ସମାଜସେବୀ, ପୁଜ୍ୟପୂଜା ପ୍ରାଣ ମନୋରଞ୍ଜନ ମହାନ୍ତି, ମୁଖ୍ୟଅତିଥି ଭାବେ ପ୍ରାଧ୍ୟପକ ଭାଷାପ୍ରାଣ ରଙ୍ଗନାଥ ସାହୁ, ସମ୍ମାନିତ ଅତିଥି ଭାବେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା ସମିତା ମହାରଣା, ବରିଷ୍ଠ ପୁଜ୍ୟପୂଜା ପ୍ରାଣ ଗିରିଜା ଶଙ୍କର ମହାପାତ୍ର ଉପସ୍ଥିତ ରହିବା ବ୍ରଜଭାଇଙ୍କ ସମାଜସେବା, ପୁଜ୍ୟପୂଜା କାର୍ଯ୍ୟକ୍ରମ ସହିତ ବିଶେଷ ଭାବେ ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ନିମନ୍ତେ ଦୀର୍ଘ ୪୦ ବର୍ଷ ଧରି ପୁଜ୍ୟପୂଜା କାର୍ଯ୍ୟକ୍ରମ କରିବା, ବିଭିନ୍ନ ବରପୁତ୍ର ଓ ମହାପୁରୁଷଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ଆଜିର ଯୁବପୀଢ଼ିଙ୍କ ଅନ୍ୟମାନଙ୍କୁ ସୁବା ର୍ା ଦେବ ବୋଲି ଅତିଥି ମାନେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ।

ରାଜଧାନୀରେ ଶହୀଦ ରଘୁ-ଦିବାକରଙ୍କ ଭବ୍ୟ ପୂର୍ଣ୍ଣାଙ୍ଗ ପ୍ରତିମୂ ର୍ି ସ୍ଥାପନା ତାଙ୍କର ସ୍ୱପ୍ନ ଥିଲା । ସରକାରଙ୍କ ପ୍ରୟାସ ସହିତ ବିଭିନ୍ନ ସଂଗଠନଙ୍କ ମିଳିତ ଉଦ୍ୟମ ରହିଲେ ନିଶ୍ଚିତ ଏହା ସଫଳ ହେବ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ମତବ୍ୟକ୍ତ କରିବା ଅନ୍ୟମାନେ ସମର୍ଥନ କରିଥିଲେ । ଏହି ଅବସରରେ ଶିକ୍ଷାବିତ କାମଦେବ ମହାପାତ୍ର କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାମାଜିକ କର୍ମୀ ଲୋକନାଥ ଦାଶ, ବିଶିଷ୍ଟ ସମାଜସେବୀ ତଥା ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ଉ ରଦାୟାଦ ସଂଗଠନ ସାଧାରଣ ସମ୍ପାଦକ ଶିବ ନାରାୟଣ ମିଶ୍ର, ସାମ୍ବାଦିକ ମଦନ ମୋହନ ପାଢ଼ୀ, କିଶୋରଦେବୀ ଦ , ପୃଥ୍ୱୀରାଜ ପ୍ରତାପ ସିଂ, ସତ୍ୟବାଦୀ ବଳିୟାର ସିଂ, ଭାଷା ପ୍ରାଣ ରମେଶ ଚନ୍ଦ୍ର ପାତାଳ ସିଂ, ସୁନାରାମ ସିଂ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ୱଜିତ ପରିଡ଼ା । କାର୍ଯ୍ୟକ୍ରମକୁ ପ୍ରଜ୍ଞା ପଟ୍ଟନାୟକ, ନିତ୍ୟରଞ୍ଜନ ନନ୍ଦ, ଅମିତ ପାଲ ସିଂ ପରିଚାଳନା କରିଥିଲେ । ଅରବିନ୍ଦ ତ୍ରିପାଠୀ ସମ୍ପାଦକ, ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ଭୁବନେଶ୍ୱର ଦୂରଭାଷ-୯୯୩୭୬୮୯୬୮୩

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page