ଚିଲିକା,୧୯। ୬:ଚିଲିକା ବ୍ଲକ ହରିପୁର ଶାସନ ନିବାସୀ ସଫଳ ଚାଷୀ, ସମାଜସେବୀ ତଥା ସ୍ଥାନୀୟ ସମାଜର ପ୍ରତିନିଧି ଅଖିଳ କୁମାର ପଲାଇଙ୍କ ପିତା ରାଜକିଶୋର ପଲାଇ( ୮୦ ବର୍ଷ)ଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଘରେ ଚିକିତ୍ସାଧୀନ ଥିଲେ। ସ୍ବର୍ଗତ ଶ୍ରୀ ପଲାଇ ଜଣେ ସ୍ନେହିଁ, ମେଳାପୀ, ଧର୍ମପରାୟଣ ବ୍ୟକ୍ତି ଭାବେ ସାଧାରଣରେ ସମସ୍ତଙ୍କୁ ଆପଣାର କରି ରଖିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହରିପୁର ଶାସନ ସମେତ ଚିଲିକା ବ୍ଲକ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଚିଲିକା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ସରପଞ୍ଚ ଗୀତାଞ୍ଜଳି ବେହେରା, ବିଜୟ କୁମାର ବେହେରାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ତଥା ନାଚୁଣୀ ସ୍ଥିତ ଚିଲିକା ଜର୍ଣ୍ଣାଲିଷ୍ଟ ୟୁନିୟନ ପକ୍ଷରୁ ସଭାପତି ଭିକାରୀ ଚରଣ ପ୍ରଧାନ, ସ°ପାଦକ ପ୍ରଦୋଷ କୁମାର ଦାସ, ସାମ୍ବାଦିକ ମନୋଜ ମୋହନ ବରାଳ, ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ସାମ୍ବାଦିକ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ଶେଷ ଦର୍ଶନ କରି ଶୋକାକୁଳ ପରିବାରପରିଜନ ଙ୍କୁ ସମବେଦନା ଜଣାଇବା ସହ ଶୋକ ବ୍ୟକ୍ତ କରିଥିଲେ। ଗ୍ରାମ ଶ୍ମଶାନ ଠାରେ ତାଙ୍କ ଶବ ସତ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ସାମ୍ବାଦିକ ଅଖିଳ କୁମାର ପଲାଇ ମୁଖାଗ୍ନି ଦେଇଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି