ଭୁବନେଶ୍ୱର ତା 20/04/26 ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ମାନଙ୍କୁ ନେଇ ସରକାରଙ୍କ ସଚେତନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁସାରେ ପ୍ରାୟ 20 ଲକ୍ଷ ନୂଆ ସଦସ୍ୟ ସମବାୟ ସମିତିରେ ଆବେଦନ କରିବା ପାଇଁ କରିଥିବା ଯୋଜନାରେ ସଚେତନ ସହିତ ଫର୍ମ ପ୍ରସ୍ତୁତ କରି ଅନୁକୂଳ କରାଯାଇଥିଲା l

ଏହା ସହିତ ଏସି, ବିଶି, ଡିସିଙ୍କ ଦ୍ୱାରା ସଭ୍ୟ ସଂଗ୍ରହ ଆବେଦନ ଫର୍ମ ଆସିଲା ପରେ ସମବାୟ ନିବନ୍ଧକଙ୍କ ନିକଟରେ ପ୍ରଦାନ କରାଯିବ ବୋଲି ଆବାହକ ବିଜୟ କୁମାର ମତବ୍ୟକ୍ତ କରିଥିଲେ l ଏଥି ସହିତ ସିବିଏସିରେ ଉତ୍ତୀର୍ଣ୍ଣ ଛାତ୍ରୀ ସୁଶ୍ରୀ ସ୍ୱୟଂଶ୍ରୀ ସେନରିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଅତିଥି ଭାବେ ଭାଷାପ୍ରାଣ ନବ କିଶୋର ପ୍ରଧାନ, କୁଳମଣି ରାଉତ, ସାମ୍ବାଦିକା ରୀନା ମହାନ୍ତି,ଡମ୍ବରୁଧର ହରଣ ସିଂ,କଲ୍ୟାଣ କୁମାର ଚାଟର୍ଜି ରାଜମିତ୍ରା ପ୍ରହରାଜ,ଆରତୀ ମିଶ୍ର ଉପସ୍ଥିତ ଥିବାବେଳେ ମମତାରାଣୀ, ଗୀତାଞ୍ଜଳି ଦାସ, ସୀତାକାନ୍ତ ରଣା ପରିଚାଳନା କରିଥିଲେ l
ବିଜୟ କୁମାର ପ୍ରଧାନ
ଆବାହକ, ସଶକ୍ତ ଓଡିଶା
ମୋ -9124778777
ଭୁବନେଶ୍ୱର