କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକଙ୍କ ନାମ 22 ବର୍ଷୀୟ ପ୍ରତ୍ୟୁଷ ପାଢ଼ି ଓ ସେ ସହରର ବ୍ରାହ୍ମଣ ପଡାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟ, ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ଗଭୀର ଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ବାହାରକୁ ବାହାରି ନ ପାରି ବୁଡି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ