୨୫ ରେ ମଦନମୋହନ ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନାପାରାୟଣ


ବାଲିଅନ୍ତା,୨୦|୪(ଗୋବର୍ଦ୍ଧନ ଦାସ ):ଆସନ୍ତା ୨୫ ତାରିଖରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିରରେ ଆରମ୍ଭ ହେବ ୩୧(ଏକତ୍ରିଂଶତମ)ତମ ରାମ ଚରିତ ମାନସ ନବାହ୍ନପାରାୟଣ ଓ ପ୍ରବଚନ ମହାଯଜ୍ଞ l ଏହା ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ୨୪ ତାରିଖରେ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ୯ ଦିନ ଧରି ସକାଳେ ଦାମୋଦର ଦାସ ମହାରାଜାଙ୍କ ଦ୍ୱାରା ରାମାୟଣ ପାଠ କରାଯିବ l ନବଦିନାତ୍ମକ ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରବକ୍ତା

ମାନେ ଯୋଗଦେଇ ମହାନଗ୍ରନ୍ଥ “ରାମାୟଣ” ରୁ ଉଦ୍ଧୃତ ଶିବ ବିବାହ, ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଜନ୍ମ, ସୀତା ବିବାହ, ରାମ ହନୁମାନ ଭେଟ, ସୀତା ହରଣ, ରାମସେତୁ,ରାବଣ ମରଣ ଆଦି କଥାବସ୍ତୁ ଉପରେ ପ୍ରତ୍ୟୋହ ସନ୍ଧ୍ୟା ସାଢେ ୭ ଟାରେ ପ୍ରବଚନ ଦେବେ l ପ୍ରବଚନ ପରେ ଶ୍ରୀ ରାମଚରିତ ମାନସ ପାରାୟଣ ପରିଷଦ ପକ୍ଷରୁ ଶ୍ରୋତା ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି l

ବାଲିଅନ୍ତା, ଗୋବର୍ଦ୍ଧନ ଦାସ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page