ଗୋଖୀ ବାବା କଳବରରେ ୮୦ତମ ସ୍ଵାଧୀନତା ଦିବସ ପାଳିତ।

ବାଲିଅନ୍ତା୧୫/୦୮:- ଗୋଖୀ ବାବା କଳବରରେ ସ୍ଵାଧୀନତାର ୮୦ ବର୍ଷ ପୂର୍ତ୍ତି ଭାରତ ପାଳନ ଅବସରରେସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୮୦ ତମ ସ୍ଵାଧୀନତା ଦିବସର ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୂରଲୀ ମନୋହର ପାତ୍ର, ଅଶୋକ କୁମାର ମହାରଣା, ଅର୍ଜୁନ କୁମାର ନାୟକ ଓ ସର୍ବୋପରି ୬୭ ଓ୍ଵାର୍ଡର କାଉନସିଲର ମଧୁସ୍ମିତା ପ୍ରଧାନ ଯୋଗ ଦେଇଥିଲେ।ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧିନତା ଲାଭ କରିଥିଲା। ଏଥିରେ ଲକ୍ଷ ଲକ୍ଷ ସ୍ଵାଧୀନ ପ୍ରେମିକଙ୍କ ବଳିଦାନ ତାହାର ମୁକ ସାକ୍ଷୀ ଇତିହାସ ହୋଇ ରହିଗଲା।ଆଉ ଅନେକ ଦେଶ ପ୍ରେମୀଙ୍କ ଇତିହାସ, ଇତିହାସରେ ସ୍ଥାନ ପାଇନଥିଲା। ଆଜି ସ୍ଵାଧୀନତାର ୮୦ ବର୍ଷ ପୂର୍ତ୍ତି ଭାରତ ପାଳନ କରୁଛି। ଏ ସ୍ଵାଧୀନତାର ସ୍ଵାଧୀନ ପ୍ରେମୀ ମହାପୁରୁଷଙ୍କ କଥାକୁ ଆଜିର ଦିନରେ କାର୍ଯ୍ୟରେ ଲଗାଇଲେ ଅଧୁନା ବିକଶିତ ଭାରତ ମହାନ୍ ହୋଇ ଉଠିବ। ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ଥିଲା “ପ୍ରଥମେ ଗାଁ କୁ ଯାଅ , ତାପରେ ସହରୀ ହେବ। ମଦ ହଟାଅ ଦେଶ ବଞ୍ଚାଅ।ଦେଶରୁ କୁଷ୍ଠ ରୋଗକୁ ବିଦାୟ ଦିଅ।” ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ “ମାଗଣା ଖାଦ୍ୟ ଜନସାଧାରଣଙ୍କୁ ଦିଅ ନାହିଁ। ସ୍ଵାଭିମାନୀ ହୁଅ।” ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ “ନିଷ୍ଠା ଓ ପବିତ୍ରତାର ସହିତ କାମ କର , ଶିଖରରେ ପହଞ୍ଚି ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ବିଷ୍ଣୁ ରଞ୍ଜନ ଦାସ, ଗାୟତ୍ରୀ ବିଶ୍ବାଳ, ସର୍ମିଷ୍ଠା ମହାପାତ୍ର, ଶୁଭମ୍ ସୁବୁଦ୍ଧି, ପ୍ରଦାନ୍ ପରଓ୍ଵ ନୀଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରତୀକ ବିଶ୍ଵାଳ, ମନୋଜିତ୍ ମହାରଣା ଧନ୍ୟବାଦ ଦେବା ସହିତ ପିଲାମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page