ଚିଲିକା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ, ଅଙ୍ଗନବାଡି ଶିକ୍ଷୟତ୍ରୀ ଶ୍ରୀମତୀ ସୀତା ବେହେରା,ରଶ୍ମିତା ବେହେରା ପ୍ରମୁଖ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।.ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ଗୀତ, ନୃତ୍ୟ, ନାଟକ ଏବଂ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।. ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସହିଦ ମାନଙ୍କ ତ୍ୟାଗ ଉପରେ ଆଲୋଚନା କରାଯାଇଥିଲା ।. ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦେଶପ୍ରେମର ମହତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।ସମଗ୍ର ବିଦ୍ୟାଳୟ ପରିସର ତ୍ରିରଙ୍ଗା ଏବଂ ଦେଶଭକ୍ତିର ବାତାବରଣରେ ଭରି ଉଠିଥିଲା ।ଶେଷରେ ସମସ୍ତଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି