ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଟିକରପଡା ପଂଚାୟତ ରେ ବ୍ୟାପକ ବୃକ୍ଷରୋପଣ

ବାଲିଅନ୍ତା ତା ୧୯/୦୭:- ରିଖ, ରବିବାର ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଭୁବନେଶ୍ଵର ଉପକଣ୍ଠ ଟିକରପଡା ପଂଚାୟତ ରେ ଟିକରପଡା ଗ୍ରାମ ଠାରୁ ଗଙ୍ଗେଶ୍ୱରପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ରାସ୍ତା କଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ବିଏମ୍ସି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ନୃପେଶ ନାୟକ, ସମାଜସେବୀ ଦେବବ୍ରତ ନାୟକ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ । ଗଙ୍ଗେଶ୍ୱରପୁର ଗୋପୀନାଥ ୟୁଥ୍ କ୍ଳବ୍ ସହଯୋଗରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜାମ୍ମୁ, ଲିମ୍ବ, କରଞ୍ଜ, ପିସ୍ତା, କୃଷ୍ଣଚୁଡା ଭଳି ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇ ଗଛର ସୁରକ୍ଷା ଓ ଯତ୍ନ ନେବା ପାଇଁ ଚାରିପାଖରେ ଜାଲି ଗୁଡ଼ାଯାଇଥିଲା । ସ୍ଥାନୀୟ ଜନସାଧାରଣଙ୍କୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।

ସୁସ୍ଥ ଜୀବନ ପାଇଁ ବୃକ୍ଷରୋପଣ ଜରୁରି ଏବଂ ଏହି ବୃକ୍ଷରୋପଣ ଅଭିଯାନ ଆଗାମୀ ଦିନରେ ଅଞ୍ଚଳକୁ ଅଧିକ ସବୁଜ ଓ ପରିବେଶ ଅନୁକୂଳ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଶାନ୍ତ ବାରିକ, ହେମନ୍ତ ପାଳ, ଜ୍ୟୋତି ଶଙ୍କର ଦାଶ, ରବୀନ୍ଦ୍ର ସ୍ବାଇଁ, ରଘୁନାଥ ସ୍ୱାଇଁ, ବିପିନ ସ୍ୱାଇଁ, ବିଷ୍ଣୁଚରଣ ମହାପାତ୍ର, ପ୍ରଶାନ୍ତ ବେହେରା, ସତିଶ ଦାଶ , ଭବାନୀ ଶଙ୍କର ଦାଶ, ଅକ୍ଷୟ କୁମାର ଦାଶ, ଦେବାଶିଷ ବେହେରା, ସୁଶିଲ ସାହୁ, ସତ୍ୟବ୍ରତ ରାଉତ, ଅବିନାଶ ଦାଶ, ସରୋଜ ଦାଶ, ମିଥୁନ ନାୟକ, ପ୍ରଫୁଲ୍ଲ କୁମାର ଦାଶ, ବନ ବିହାରି ଦାଶ, ଅନାଦି ଭୋଇ, ମାନା ଭୋଇ ଓ ସୁକୁଟା ବେହେରା ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ପରିବେଷ ସୁରକ୍ଷା, ସବୁଜୀମା ବୃଦ୍ଧି ଏବଂ ଜଳବାୟୁ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନେ ଏକତ୍ରିତ ହୋଇ ପ୍ରତିଦିନ ଏହି ବୃକ୍ଷରୋପଣ ଅଭିଯାନ ଜାରି ରଖିଛନ୍ତି ।ଆଗକୁ ଅଧିକରୁ ଅଧିକ ଚାରାରୋପଣ କରାଯିବ ବୋଲି ପରିଷଦର ସଭାପତି ବୃନ୍ଦାବନ ସାହୁ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page