ଭୁବନେଶ୍ଵର,୧୩/୫: ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବଡ଼ ଅପିଲ୍ କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ କମ୍ ଉପଯୋଗ କର ବୋଲି କହିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ପଡି ଲାଣି । ଜନସାଧାଣଙ୍କ ଉପରେ ଏହାର ପ୍ରଭାବ ପଡି ସାରିଲାଣି । କାଳେ ପେଟ୍ରୋଲ୍ ଓ ଡିଜେଲ ନ ମିଳିବଲୋକମାନେ ଭୟବିତ ରେ ଅଛନ୍ତି। ଆଜି ଖୋର୍ଦ୍ଧା ସମତେ ଅନ୍ୟ ଜିଲ୍ଲା ଗୁଡିକ ମାନଙ୍କରେ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ତୈଳ ସଙ୍କଟ ଦେଖାଦେଇଛ ।ଅନେକାଂଶ ଟାଙ୍କି ମାନଙ୍କରେ No oF STOCK ପୋଷ୍ଟର ମାରି ଦେଇଛନ୍ତି। ପେଟ୍ରୋଲ ଟାଙ୍କି ମାଲିକ ମାନେ କହୁଛନ୍ତି, ଆମ ପାଖରେ ପ୍ରଚୁର ପରିମାଣର ତେଲ ନାହିଁ। ଆମେ ଲୋକ ମାନଙ୍କୁ STOCK ଦେଖିକି ଦଉଛୁ ।ମଧ୍ଯ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତ ଯୋଗୁଁ ଏହି ଭଳି ସଂକଟ ଦେଖାଦେଇଛି । ପେଟ୍ରୋଲ୍ ଟାଙ୍କି ଗୁଡ଼ିକରେ କଡ଼ା ନୀୟମ ଦେଖିବାକୁ ମିଳୁଚି । ଲୋକମାନେ ଲମ୍ବା ଲାଇନ୍ ଦେଇଥିବା ନିଜର କୁ ଆସିଛି ।

ହାତ ଟେକି ଦେଇଛନ୍ତି ପେଟ୍ରୋଲ ଟାଙ୍କି ମାଲିକ ମାନେ, ବାଇକ୍ ପାଇଁ ୨୦୦ଟଙ୍କା ଏବଂ କାର୍ ପାଇଁ ୧୦୦୦ ଟଙ୍କା ସୀମା ନିର୍ଦ୍ଧାରଣ କରାଯାଇଛି।ମାଲିକ ମାନେ କହୁଛନ୍ତି ଅଧିକ ପରିମାଣର ତେଲ ଦେଲେ ଦୁଇ କିମ୍ବା ତିନି ଦିନ ମଧ୍ୟରେ STOCK ସରିଯିବ ତେଣୁ କଣ୍ଟ୍ରୋଲ ଭିତରେ ତେଲ ଦିଆଯାଉଛି । ଯୋଗାଣ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହୁଛନ୍ତି ସରକାରଙ୍କ ପକ୍ଷରୁ କୌଣସି କଟକଣା ଜାରି ହୋଇ ନାହିଁ, ଲୋକମାନେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଭୂଲ ଅର୍ଥରେ ବୁଝୁଛନ୍ତି, ଆମ ପାଖରେ stock ଅଛି । ଲୋକଙ୍କୁ ନିଜେ ନିଜ ଦାୟିତ୍ଵ ନବାକୁ କହିଛିନ୍ତି । ହେଲେ ବିଧାୟକ ରାଜା ସ୍ଵାଇଁ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଦେଶ-ବିଦେଶ ବୁଲନ୍ତୁ । ସରକାର ନିଜ ଦାୟିତ୍ଵ ତୁଲାଇ ପାରୁନାହାନ୍ତ । ଲୋକେ ଏଠି ନିଜ ପରିସ୍ଥିତି ନିଜେ ସମ୍ଭାଳନ୍ତୁ । କିଏ ସୃଷ୍ଟି କରୁଛି ତୈଳ ସଂକଟର କୃତ୍ରିମ ଅଭାବ ? ପେଟ୍ରୋଲ ଓ ଡିଜେଲ୍ ଯୋଗାଣରେ ନାହିଁ କି ବିଭାଗ ର ନିୟନ୍ତ୍ରଣ ?ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କୁ ନିଜରରେ ରଖି କଳାବଜାରୀ ଓ ଅସାଧୁ ବ୍ୟବସାୟୀ ମାନେ ଫାଇଦା ନବା ପାଇଁ ଏହି ଭଳି ବାଟ ଆପଣେଇଛନ୍ତି କି?
ପ୍ରିୟବ୍ରତ ବାରିଙ୍କ ରିପୋର୍ଟ (ଉତ୍କଳ ବୁଲେଟିନ୍)