କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନରେ ରଜ ମହୋତ୍ସବ ପାଳିତ

ବାଲିଅନ୍ତା ୩/୭/୨୬ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନ ଶ୍ରୀ ଶ୍ରୀ ଭାଗବତ ବାସୁଦେବ କମିଟିର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ରଜ ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ​ଏହି ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ଭାଗବତ ବାସୁଦେବଙ୍କୁ ଏକ ସୁସଜ୍ଜିତ ବିମାନରେ ବାଜା, ବାଣ ଓ ଶୋଭାଯାତ୍ରା ସହ ଗ୍ରାମର ପ୍ରତ୍ୟେକ ଦ୍ୱାର ଦେଶରେ ବୁଲାଇ ଭୋଗ ଅର୍ପଣ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଠାକୁରଙ୍କୁ ମେଳନ ପଡ଼ିଆରେ ତିନି ଦିନ ପର୍ଯ୍ୟନ୍ତ ଅବସ୍ଥାପିତ କରାଯାଇଥିଲା। ଏହି ତିନି ଦିନ ଧରି ମେଳନ ପଡ଼ିଆରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା। ​ମେଳନର ସବୁଠାରୁ ବଡ଼ ଆକର୍ଷଣ ଥିଲା ରାତ୍ରିକାଳୀନ ଯାତ୍ରା ପ୍ରଦର୍ଶନ। ଆଖପାଖ ଅଞ୍ଚଳର ଶହ ଶହ ଭକ୍ତ ଓ ଦର୍ଶକ ବିନା ଶୁଳ୍କରେ ରାତିସାରା ଯାତ୍ରା ଦେଖିବାର ମଜା ନେଇଥିଲେ। ମେଳନ ପଡ଼ିଆରେ ରଜର ମୁଖ୍ୟ ଆକର୍ଷଣ ରଜଦୋଳି ସହିତ ମନୋହରୀ ଦୋକାନ, ଚାଟ୍, ଗୁପଚୁପ୍ ଓ ବିଭିନ୍ନ ପ୍ରକାରର ରଜପାନର ଦୋକାନ ପଡ଼ିଥିବା ସହିତ ରାତିରେ ୩ଦିନ ଧରି ବିନା ଶୁଳ୍କ ରେ ଯାତ୍ରା ର ମଜା ନିଅନ୍ତି, ଯାହା ସ୍ଥାନୀୟ ଅଧିବାସୀଙ୍କ ମନ କିଣି ନେଇଥିଲା। କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ବେଳେ ଏହା ଏକ ସାମୂହିକ ଉତ୍ସବର ରୂପ ନେଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page