ବକୁଳବନରମହକ ସତ୍ୟବାଦୀ ର ସନ୍ଥ

ପଣ୍ଡିତ ନୀଳକଣ୍ଠ ଦାଶ 🙏💐
ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନ
ସତ୍ୟବାଦୀ ଶ୍ରେଷ୍ଠସନ୍ଥ ,
ନବରବି ସମ ଉଜ୍ଜ୍ବଳମୟ ହେ
ଜ୍ଞାନଦୀପ୍ତି ନୀଳକଣ୍ଠ l
ଆଦର୍ଶ ଶିକ୍ଷକ, ନେତା ସୁଲେଖକ
ସୁଉଜ୍ଜ୍ବଳ ଦୀପଶିଖା
କବିକଲମର ପ୍ରତି ଅକ୍ଷରରେ
ମାଟି,ଜାତି କଥା ଲେଖା l
ସତ୍ୟବାଦୀ ର ବନବିଦ୍ୟାଳୟେ ,
ଯଗାଇଜନ ଚେତନା,
ଅଜ୍ଞାନଅନ୍ଧାର ଦୂରୀଭୂତକଲ
ବାଣ୍ଟି ଜ୍ଞାନର ଭାବନା l
ପରାଧୀନ ଦେଶ ,ଜାତିର ଦୁଃଖ ରେ
ବିବ୍ରତଥିଲା ଅନ୍ତର ,
ଜନ୍ମଭୂମି ର ମୁକ୍ତି ପଥର,
ସାଜିଥିଲ କର୍ଣ୍ଣଧାର l
ସତ୍ୟ ,ଜ୍ଞାନ ,ସେବା ସାରସ୍ୱତ ପଥେ
ଗଠିତ ଥିଲା ଜୀବନ,
ଉତ୍କଳସନ୍ତାନ ହୃଦୟ ମନ୍ଦିରେ
ଥିବସଦା ବିଦ୍ୟମାନ l

  ନୀଳକଣ୍ଠ ତୁମ  ଜୀବନ ଆଦର୍ଶ 
      ହେଉ ଓଡିଆ ଙ୍କ ଦର୍ଶନ, 
   ଉତ୍କଳମାଟିର  ଅମରସନ୍ତାନ 
     ତୁମକୁ  କୋଟି  ପ୍ରଣାମ l🙏
       ✍️ ସରୋଜିନୀ  ମିଶ୍ର 
       ଜୟଦେବ ବିହାର,  ଭୁବନେଶ୍ବର

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page