ମା ଭଗବତୀଙ୍କ ପୀଠରେ ଜଳଛତ୍ର କେନ୍ଦ୍ର ଉଦଘାଟିତ

ବାଳକାଟି: ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପଶାସନ ପଞ୍ଚାୟତ ରଥିଜେମା ମା ଭଗବତୀଙ୍କ ପୀଠ ନିକଟରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି। ତାହା ସହିତ ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର,ବେଣୁପୁର -ଭିଙ୍ଗାରପୁର ଓ ସରକଣା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଉପସ୍ବାସ୍ଥ୍ଯ କେନ୍ଦ୍ରରେ ସୁବିଧା ଉପଲବ୍ଧ ହୋଇଛି | ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତଜନିତ ଚିକିତ୍ସା କକ୍ଷ ଖୋଲାଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ଡଃ ତନ୍ମୟ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବାଳକାଟି ଓ ତିନି ଉପସ୍ବାସ୍ଥ୍ୟକେନ୍ଦ୍ର ବେଣୁପୁର ଭିଙ୍ଗାରପୁର ଓ ସରକଣାରେ ଅଂଶୁଘାତଜନିତ କକ୍ଷ ଖୋଲାଯାଇଛି। ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉକ୍ତ କେନ୍ଦ୍ରକୁ ଶୁଭାରମ୍ଭ କରି ପ୍ରଥମ ଦିବସରେ ଲୋକମାନଙ୍କୁ ଦହିସର୍ବତ ନିଜସ୍ବ ପକ୍ଷରୁ ପ୍ରଦାନ କରିଥିଲେ। ଖରାତାପ ଲକ୍ଷ୍ୟ ରଖ୍ ଆସନ୍ତା ଜୁନ ମାସ ଶେଷ ପର୍ଯ୍ୟନ୍ତ ଜଳଛତ୍ର କେନ୍ଦ୍ର ଖୋଲା ରହିବ। ମାଟିପାତ୍ରରେ ଥ‌ିବା କ୍ଲୋରିନଯୁକ୍ତ ବିଶୁଦ୍ଧ ଥଣ୍ଡା ପାଣି ପାଇପାରିବେ। ଏହାସହିତ ଓଆରଏସ ପାଉଡର ଓ ଅନ୍ୟ ବଟିକା ମହଜୁଦ ରଖାଯାଇଛି । ଉଦଘାଟନ ଉତ୍ସବରେ ଜନସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ସେଠୀ, ସୁପରଭାଇଜର ରାଜେନ୍ଦ୍ର ମଲ୍ଲିକ, ମହିଳା ସୁପରଭାଇଜର ଟୁନି ସେଠୀ, ସ୍ବାସ୍ଥ୍ୟ କର୍ମୀ ଦେବେସ ଜେନା, ଗୀତାଞ୍ଜଳି ଆଶାକର୍ମୀ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୪୫ ସ୍ଥାନରେ କେନ୍ଦ୍ର ଖୋଲିଥିବାବେଳେ ସମୁଦାୟ ୮୯ ସ୍ଥାନରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଜଳଛତ୍ର କେନ୍ଦ୍ର ଖୋଲାଯିବ ବୋଲି ଜଣାପଡ଼ିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page