ଭବାନୀପାଟଣା, (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବନ ବିଭାଗ ଜଣେ ହାତୀ ଦାନ୍ତ ବେପାରୀ ତଥା ମୋଷ୍ଟ ୱଣ୍ଟେଡ କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଟକ ଜିଲ୍ଲା ଦୁର୍ଗା ପ୍ରସାଦ ଗାଁର ଗୋପବନ୍ଧୁ ମହାଲିକ ଓରଫ୍ ବାବୁଲି ବୋଲି ଜଣାପଡିଛି। ବାବୁଲି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ନିକଟସ୍ଥ

ମଟୋଗଣ୍ଡା ଗାଁରେ ଥିବା ଏକ କାବାଡି ଗୋଦାମରେ ରହୁଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା। ସେଠାରୁ ବାବୁଲିକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ତାର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ବାବୁଲି ଜଣେ ମୋଷ୍ଟ ୱଣ୍ଟେଡ ଥିଲା। ତା ନାଁରେ ରାଜ୍ୟର ବିଭିନ୍ନ ରେଞ୍ଜ ରେ ଏକାଧିକ ମାମଲା ରହିଛି । ସେ ବିଭିନ୍ନ ସମୟରେ ହାତୀ ଶିକାର ସହିତ ହାତୀ ଦାନ୍ତ ବେପାରରେ ସାମିଲ ରହୁଥିଲା। ୨୦୨୧ ମସିହାରେ ଆଠଗଡ ବନ ବିଭାଗ ଦ୍ବାରା ଗିରଫ ହୋଇ ଜେଲ ରୁ ଫେରି ପୁଣି ବେପାର କରୁଥିବା ବନ ବିଭାଗ ସୂଚନା ଦେଇଛି । ସେ ୫ବର୍ଷ ହେଲା ବନ ବିଭାଗ ସ୍କାନରରେ ଥିବା ବେଳେ ଚତୁରତାର ସହ ଚକମା ଦେଖେଇ ଫେରାର ହେବାରେ ସଫଳ ହେଉଥିଲା । ହେଲେ ଆଜି ମଦନପୁର ରାମପୁର ବନ ବିଭାଗ ତାକୁ ଗିରଫ କରିଛି।

ଭବାନୀପାଟଣାରୁ ଜଗନ୍ନାଥ ନାଏକଙ୍କ ରିପୋର୍ଟ, ଉକ୍ଳବୁଲେଟିନ