ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ :- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗ୍ରୀନ୍ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଅଗ୍ରଣୀ ମାସିକ ନ୍ୟୁଜ ପେପର ଶାନ୍ତିସ୍ତୁପ ମିଳିତ ଆନୁକୁଲ୍ୟରେ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ମା ଉପଳେଇ ଠାକୁରାଣୀ ପୀଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ସ୍ଥାନୀୟ ଚାଷୀ ଙ୍କୁ ଜୟଦେବ କୃଷକ ସମ୍ମାନ ପ୍ରଦାନ କରାଯାଇଛି। ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଵିଧୁ ଭୂଷଣ ପଟ୍ଟନାୟକ, ବାଳକାଟି ମଣ୍ଡଳ ବିଜେପିର ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଯୁବ ସମାଜସେବୀ ପ୍ରଦୀପ୍ତ କୁମାର ମହାନ୍ତି, ସ୍ଥାନୀୟ ସରପଞ୍ଚ ରମାଲତା ନାୟକ, ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ମାନେ ସମାଜର ଉନ୍ନତି ପାଇଁ କୃଷକ ମାନଙ୍କର ଭୂମିକାକୁ ପ୍ରଶଂସା କରିବା ସହ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ପରାମର୍ଶ ପ୍ରଦାନ କରିଥଲେ
ବାଲିଅନ୍ତା , ଗୋବର୍ଦ୍ଧନ ଦାସ