ନଭେମ୍ବରରେ ଭୁବନେଶ୍ୱରରେ ସଂକୀର୍ତନ ମହାକୁମ୍ଭ
ଭୁବନେଶ୍ୱର,15ତାରିଖ l ରାଜ୍ୟ ସଂକୀର୍ତନ ମହାସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଡ଼ଃ କରୁଣାକର ପ୍ରଧାନଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଗଲା ଓ ବାସୁଦେବ ଭଟ୍ଟ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା l ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ ଓ ନୀଳାଦ୍ରି ବିଜେ ଉପଲକ୍ଷେ ପୁରୀରେ ସଂକୀର୍ତନ ସମାରୋହ ଆୟୋଜନ ପାଇଁ ନିଷ୍ପତି ହୋଇଛି l ଆଜିର ବୈଠକ ରେ ସଂକୀର୍ତନ ମହାସଙ୍ଘର ସଂଗଠନ ମଜବୁତ ପାଇଁ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ଜିଲ୍ଲା ସଂଗଠନ ଦାୟିତ୍ୱ ପ୍ରଦାନ କରାଗଲା l ସବୁ ଜିଲ୍ଲାରେ ଓ ବ୍ଲକରେ ମହାସଂଘର ଏକ କମିଟି କରାଯିବାକୁ ନିଷ୍ପତି ନିଆଗଲା l ସଂକୀର୍ତନ କଳାକାର ମାନଙ୍କୁ କଳାକାର ମାନ୍ୟତା ପ୍ରଦାନ ସହ କଳାକାର ସହାୟତା ଯୋଜନାରେ ଆନ୍ତର୍ଭୁକ୍ତ ପାଇଁ ସରକାରଙ୍କ ଉପରେ ଚାପ ସ୍ତୃଷ୍ଟି କରାଯିବ l ଆସନ୍ତା ନଭେମ୍ବର ମାସରେ 50 ହଜାର ସଂକୀର୍ତନ କଳାକାରଙ୍କୁ ନେଇ ଏକ ସଂକୀର୍ତନ ମହାକୁମ୍ଭ ଆୟୋଜନ କରି ଏହାକୁ ଏକ ଆନ୍ଦୋଳନ ରେ ପରିବର୍ତ୍ତନ କରାଯିବ l ସଂକୀର୍ତନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ର ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ଅନୁଯାଇ 34 ଜଣ ରାଜ୍ୟ କମିଟି ନେତୃତ୍ୱ ଙ୍କୁ ଜିଲ୍ଲା ଦାଇତ୍ୱ ଦିଆଯାଇଥିଲା l ଉପଦେଷ୍ଟା ସଂଜୀବ ମହାନ୍ତି,କାଯ୍ୟକାରୀ ସଭାପତି ବିଜୟ ରାଉତ, ବିଜନ ମହାନ୍ତି, ଲାବଣ୍ୟ ଜୟସିଂହ, ଭାଗିରଥି ଜେନା,ସମ୍ପାଦକ ସୁଦର୍ଶନ ଚମ୍ପତି, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, କୋଷାଧକ୍ଷ୍ୟ ପ୍ରସନ୍ନ ବଡ଼ଜେନା, ସଂଗଠନ ସମ୍ପାଦକ ଲଷ୍ମୀଧର ବେହେରା, ଉପସଭାପତି ଦୁଃଖିଶ୍ୟାମ ମହାପାତ୍ର, ରଞ୍ଜୁଲତା ପଣ୍ଡା, ଅକ୍ଷୟ ବରାଳ,ନାରାୟଣ ସାହୁ, ଭଗବାନ ଦାଶ ଶେଷଦେବ ସାହୁ, ସରୋଜିନୀ ପଟେଲ, ଗୋପୀନାଥ ରାୟ, ପ୍ରହ୍ଲାଦ ସାହୁ, ଶ୍ରୀ ନିବାଶ ସାମନ୍ତରାୟ, ବସନ୍ତ ବେହେରା, ଧନେଶ୍ୱର ଲେଙ୍କା ଧନେଶ୍ୱର ନାଥ ନନ୍ଦନୀ ଦଳେଇ ଲାବଣ୍ୟ ଜୟସିଂ, ସନ୍ତୋଷ ସାହୁ ଭାଗିରଥି ଜେନା ସ୍ଵର୍ଣ ଲତା ଦଳେଇ, କାରଣ ସାହୁ ସୁଶାନ୍ତ ଦାଶ, ପାଣ୍ଡଵ ତ୍ରିପାଠୀ ହେମନ୍ତ ବେହେରା ରା଼ଞ୍ଜୁଲତା ପଣ୍ଡା, ଲଷ୍ମୀ ଧର ବେହେରା,ଧନେଶ୍ୱର ଲେଙ୍କାଙ୍କ,ଫୋନ ଫୋନ ସବୁ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକ ରେ ଯୋଗଦାନ କରିଥିଲେ l ସଂକୀର୍ତନର ପ୍ରଚାର ପ୍ରସାର କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ପ୍ରସନ୍ନ ସ୍ୱାଇଁ ଙ୍କୁ ସମ୍ମାନିତ କରାଯlଇଥିଲା l ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ l