ପଣ୍ଡିତ ନୀଳକଣ୍ଠ ଦାଶ 🙏💐
ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନ
ସତ୍ୟବାଦୀ ଶ୍ରେଷ୍ଠସନ୍ଥ ,
ନବରବି ସମ ଉଜ୍ଜ୍ବଳମୟ ହେ
ଜ୍ଞାନଦୀପ୍ତି ନୀଳକଣ୍ଠ l
ଆଦର୍ଶ ଶିକ୍ଷକ, ନେତା ସୁଲେଖକ
ସୁଉଜ୍ଜ୍ବଳ ଦୀପଶିଖା
କବିକଲମର ପ୍ରତି ଅକ୍ଷରରେ
ମାଟି,ଜାତି କଥା ଲେଖା l
ସତ୍ୟବାଦୀ ର ବନବିଦ୍ୟାଳୟେ ,
ଯଗାଇଜନ ଚେତନା,
ଅଜ୍ଞାନଅନ୍ଧାର ଦୂରୀଭୂତକଲ
ବାଣ୍ଟି ଜ୍ଞାନର ଭାବନା l
ପରାଧୀନ ଦେଶ ,ଜାତିର ଦୁଃଖ ରେ
ବିବ୍ରତଥିଲା ଅନ୍ତର ,
ଜନ୍ମଭୂମି ର ମୁକ୍ତି ପଥର,
ସାଜିଥିଲ କର୍ଣ୍ଣଧାର l
ସତ୍ୟ ,ଜ୍ଞାନ ,ସେବା ସାରସ୍ୱତ ପଥେ
ଗଠିତ ଥିଲା ଜୀବନ,
ଉତ୍କଳସନ୍ତାନ ହୃଦୟ ମନ୍ଦିରେ
ଥିବସଦା ବିଦ୍ୟମାନ l
ନୀଳକଣ୍ଠ ତୁମ ଜୀବନ ଆଦର୍ଶ
ହେଉ ଓଡିଆ ଙ୍କ ଦର୍ଶନ,
ଉତ୍କଳମାଟିର ଅମରସନ୍ତାନ
ତୁମକୁ କୋଟି ପ୍ରଣାମ l🙏
✍️ ସରୋଜିନୀ ମିଶ୍ର
ଜୟଦେବ ବିହାର, ଭୁବନେଶ୍ବର