ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

ବାଲୁଗାଁ, : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ ‘ଆମ ପୋଲିସ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା.
କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ସାଇବର ଠକେଇରୁ ସତର୍କ ରହିବା, ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା। ଏଥିରେ ମୋବାଇଲ ମାଧ୍ୟମରେ ଆସୁଥିବା ଲୋଭନୀୟ ଅଫରରୁ ଦୂରେଇ ରହିବା, ଅଜଣା ଭିଡିଓ କଲ ରିସିଭ ନକରିବା ଏବଂ ଗୋପନୀୟ ତଥ୍ୟ କାହାକୁ ନଦେବା ପାଇଁ ସଚେତନ କରାଯାଇଥିଲା.
ଏହି ଅବସରରେ ଶ୍ରୀମତୀ ନାୟକ କହିଲେ, “ପ୍ରଶାସନର ପ୍ରୟାସ ଯଥେଷ୍ଟ ନୁହେଁ।

ପ୍ରତିଟି ନାଗରିକ ସକ୍ରିୟ ଭାବେ ସଚେତନ ହେଲେ ହିଁ ଆମେ ଏକ ସୁରକ୍ଷିତ ସମାଜ ଗଢ଼ିପାରିବା।” କାର୍ଯ୍ୟକ୍ରମରେ ଥାନା କର୍ମଚାରୀ, ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭାଇ-ଭଉଣୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସାଧାରଣ ଜନତା ଯୋଗ ଦେଇଥିଲେ। ଉପସ୍ଥିତ ନାଗରିକମାନେ ବିଭିନ୍ନ ପ୍ରସ୍ତାବ ଦେବା ସହିତ ଅସାମାଜିକ କାର୍ଯ୍ୟକଳାପ ଓ ସାଇବର ଠକେଇ ରୋକିବା ପାଇଁ ସମ୍ମିଳିତ ପ୍ରୟାସ ଜାରି ରଖିବାକୁ ମତ ପ୍ରକାଶ କଲେ। ଶେଷରେ ଏକ ସୁସ୍ଥ, ସୁରକ୍ଷିତ ଏବଂ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ.

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page